Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଞ୍ଜୁ ମଦ ଦୋକାନରେ ମାରପିଟ ମାମଲାରେ ଦୁଇ କୋର୍ଟ ଚାଲାଣ

ଗୋପାଳପୁର ୧୭/୩
ଗୋପାଳପୁର ପୁଲିସ ପକ୍ଷରୁ ଗତ ଗୁରୁବାର ସନ୍ଧ୍ୟା ପ୍ରାୟ ୮ଟା ସମୟରେ ତେର ଗଞ୍ଜୁ ଦେଶୀ ମଦ ଦୋକାନ ନିକଟରେ ମାରପିଟ ମାମଲାରେ ଆଜି ଅଟକ ରହିଥିବା ଦୁଇ ଜଣକୁ କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ମାନେ ହେଲେ ଗଞ୍ଜୁ ଗ୍ରାମର ନାରାୟଣ ଦାସ,ପ୍ରଦୀପ ଦାସ ବୋଲି ପୁଲିସ କହିଛି l ସୂଚନା ପ୍ରକାରେ ୧୪ ତାରିଖ ତେର ଗଞ୍ଜୁ ମଦ ଦୋକାନରେ ମୁନା ଦାସ, ଭିକାରୀ ଦାସ ଓ କାଳୁ ଦାସଙ୍କୁ ପ୍ରଦୀପ ଓ ନାରାୟଣ ମାରପିଟ କରିଥିଲେ l ମୁନା ଦାସ ମୁଣ୍ଡରେ ଗଭୀର ଆଘାତ ହୋଇଥିବାରୁ କଟକ ମେଡିକାଲ ସ୍ଥାନାନ୍ତର ହୋଇଥିବା ବେଳେ ଶୁକ୍ରବାର ରାତ୍ର ପ୍ରାୟ ୮ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା l ସେ ନେଇ କାଳୁ ଦାସ ଅଭିଯୋଗ ପ୍ରକାରେ କେସ ନମ୍ବର ୧୦୮/୨୪ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଥିବା ନାରାୟଣ ଦାସ ଓ ପ୍ରଦୀପ ଦାସ ଥାନାରେ ଅଟକ ରଖି ପଚରା ଉଚରା କରିଥିଲା l ସତ୍ୟାସତ୍ୟ ଜାଣିବା ପରେ ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶରତ କୁମାର ମାହାଲିକ ସୂଚନା ଦେଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories