ନିଷ୍ଟ୍ ବିଶ୍ୱବିଦ୍ୟାଳୟ ରେ ଅନ୍ତ ମହାବିଦ୍ୟାଳୟ ପ୍ରତିଯୋଗିତା ଉଦଯାପିତ


ଗୋପାଳପୁର,୧୭/୦୩
ପାଲୁର ହିଲ ସ୍ତିତ ନିଷ୍ଟ ବିଶ୍ୱବିଦ୍ୟାଳୟ ପରିସରରେ ଗତ ୧୨ ତାରିଖରୁ ଆୟୋଜିତ ଅନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଉଦଯାପନୀ ଉସ୍ତବ ରେ ନିଷ୍ଟ୍ ଅନୁଷ୍ଠାନର ଭାରପ୍ରାପ୍ତ କୁଳପତି ପ୍ରଫେସର ଡ଼ ପି ରାଜେଶ କୁମାର, ଓ ପ୍ରଶାସନ ମୁଖ୍ୟ ଇଂ ସୟଦ ସୁଲେମାନ ଅଲି, କୁଳସଚିବ ଡ଼ ବିଷ୍ଣୁଙ୍କର ନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଓଡିଶା ର ୧୦ ଟି କଲେଜ ଭିଏସଏସୟୁଟି ବୁର୍ଲା, ଓୟୁଟିଆର ଭୁବନେଶ୍ୱର, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର, ସୋଆ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର, ଆଇ ଜି ଆଇ ଟି ସାରଙ୍ଗ, ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ଗୁଣୁପୁର, ସି ୟୁ ଟି ଏମ ବିଶ୍ୱବିଦ୍ୟାଳୟ, ଆଇ ଟି ଆଇ ବ୍ରହ୍ମପୁର, ପି ଏମ ଇ ସି ବ୍ରହ୍ମପୁର, କାଲାମ ବ୍ରହ୍ମପୁର, ଆଇଜର ବ୍ରହ୍ମପୁର, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏଥିରେ କ୍ରିକେଟ, ଭଲିବଲ, ଥ୍ରୋବଲ, କବାଡି, ଖୋ-ଖୋ , ବାସ୍କେଟ ବଲ, ବ୍ୟାଡ଼ମିନଟନ, ଟାଵଲେ ଟେନିସ ଇତ୍ୟାଦି ପ୍ରତିଯୋଗିତା ହୋଇଥିଲା । ଏହାକୁ ଖେଳ ଶିକ୍ଷକ ସରୋଜ କୁମାର ପାଢ଼ୀ, ବାସନ୍ତୀ ପାତ୍ର, ଧରଣୀଧର ଡାକୁଆ ଙ୍କ ପରିଚାଳନା ରେ ପ୍ରତିଯୋଗିତା ହୋଇଥଲା । ଖେଳ ଶେଷ ରେ ଫାଇନେଲେ ରେ ଜିତିବା ଏବଂ ହାରିବା ଦଳ କୁ ପୁରସ୍କାର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ନିଷ୍ଟ୍ ଅନୁଷ୍ଠାନ ର ଡ଼. ପ୍ରୀତି ରଞ୍ଜନ ସାହୁ, ଡ଼. କୃଷ୍ଣ ପ୍ରସାଦ, ପୁର୍ନେନ୍ଦୁ ମିଶ୍ର, ହରିକୃଷ୍ଣ ଗନ୍ତାୟତ, ସୁଜିତ ସେଠି, ମିଟୁ ବରାଳ, ମୁନା ମହାନ୍ତି, ସୌମ୍ୟ ମୁଦୁଲି ପ୍ରମୁଖ କାର୍ଯ୍ୟକ୍ରମ କୁ ସହାୟତା କରିଥିଲେ ।