Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମସ୍ତଙ୍କ ପ୍ରିୟ ଗୋଶାଳା ର ବିପିନବିହାରୀ ନାଥଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ

ଚିପିଲିମା,ସମ୍ବଲପୁର ବୁର୍ଲାଥାନା ଗୋଶାଳା ଛକସ୍ଥିତ ଟିଭି ମେକାନିକ ତଥା ସମସ୍ତଙ୍କର ପ୍ରିୟ ବିପିନ ବିହାରୀ ନାଥ ଆଜି ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାପଡିଛି l ଖବରଟି ପ୍ରଚାରିତ ହେବାପରେ ଗୋଶାଳା ଛକ ସ୍ତବ୍ଧ ପାଲଟି ଯାଇଥିଲା l ମିଳିଥିବା ସୂଚନା ଅନୁଯାୟୀ ଆଜି ସେ କୌଣସି ଏକ କାମରେ ବରଗଡ଼ ପଟକୁ ଏକ ବାଇକ ରେ ଯାଉଥିବାବେଳେ, ବାବୁବନ୍ଦ ନିକଟରେ ସମ୍ବଲପୁର ପଟରୁ ବରଗଡ ପଟକୁ ଦ୍ରୁତ ଗତିରେ ଯାଉଥିବା ଓଡି ୧୧ ଏଇ ୯୧୦୮ନମ୍ବର ର ଏକ କାର ଜୋର ରେ ଧକ୍କା ଦେଇଥିବାବେଳେ ବାଇକ ଆରୋହୀ ବିପିନବିହାରୀ ନାଥଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା l ଖବର ପାଇ ଗୋଶାଳା ବିଟ ହାଉସ ପୋଲିସ ଅଧିକାରୀ ଶୁକଦେବ କିଷାନ ପହଞ୍ଚି ଶବକୁ ଉଦ୍ଧାରକରି ବ୍ୟବଚ୍ଛେଦ ପାଇଁ ଭୀମସାର ଡାକ୍ତରଖାନା ପଠାଇଥିବାବେଳେ, ଧକ୍କା ଦେଇଥିବା ନେକ୍ସଜେନ କାରଟିକୁ ଜବତ କରିବା ସହ ଡ୍ରାଇଭର ସି. ବାର୍ଲା କୁ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଜଣାପଡିଛି l ଏନେଇ ବୁର୍ଲା ଥାନାରେ ଏକ ମାମଲା ରୁଜୁ କରି ପୋଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା l ମୃତ ବିପିନଙ୍କ ସ୍ତ୍ରୀ, ସଂଗ୍ରାମ ଓ ରାଜୁ ଦୁଇପୁଅ ଥିବାବେଳେ, ସଂଗ୍ରାମ ଓ ରାଜୁ ଦୁଇ ପୁଅ ଅଛନ୍ତି l ପ୍ରକାଶ ଥାଉ କି ବିପିନ ଜଣେ ଭଲ ଟିଭି ମିସ୍ତ୍ରୀ ଥିବାବେଳେ ସାମାଜିକ, ଧାର୍ମିକ, ମେଳାପୀ, ମିଷ୍ଠାଭାସି, ଲୋକପ୍ରିୟ ବ୍ୟକ୍ତି ଥିଲେ l ତାଙ୍କରି ଏପରି ଏକ ଦୁଃଖଦ ଘଟଣା ଖବରରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ