Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫ ବାପା ଛେଉଣ୍ଡ ଭଉଣୀ ପାଖକୁ ପହଞ୍ଚିଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ।

କୋକସରା:୨୦/୦୩
ଧର୍ମଗଡ ବ୍ଲକ ଛଞ୍ଚାଣବାହାଲୀ ପଂଚାୟତ ପଲସପାଣି ଗ୍ରାମର ୫ ବାପା ଛେଉଣ୍ଡ ଝିଅ ଙ୍କ ପାଖକୁ ପହଞ୍ଚିଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ। ସୂଚନା ଥାଉକି ଗତ ୧୧/୨ ତାରିଖ ଦିନ ଗ୍ରାମର ରାଧେ ପୁଝାରୀ ନାମକ ଜଣେ ବ୍ୟକ୍ତି ମାନସିକ ସ୍ଥିତି ହରାଇ ଆତ୍ମହତ୍ୟା କରିଥିଲେ । ଫଳରେ ୫ଝିଅ ତୀରାସ ପୁଝାରୀ (୧୪) ଦୂର୍ମୀଲା ପୁଝାରୀ (୧୨) ନିଲାବତୀ (୧୦) ଗୋଲାପି (୮) ନିଲୁ ବାପା ଛେଉଣ୍ଡ ହୋଇଥିବା ବେଳେ ସ୍ତ୍ରୀ ଇନ୍ଦ୍ରା ପୁଝାରୀ ଓ ବୁଢ଼ୀ ମା ଅମ୍ବିକା ପୁଝାରୀ ଅସହାୟ ହୋଇ ପଡ଼ିଥିଲେ । ମଙ୍ଗଳବାର ଦିନ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଗୁରୁ ପ୍ରସାଦ ନାଏକ,ସୁଧାଂଶୁ ଶେଖର ମହାପାତ୍ର, ଚାଇଲ୍ଡ ଲାଇନ ସଦସ୍ୟ ଦୁଷ୍ମନ୍ତ କେତକୀ,ଜାଗେଶ୍ୱର ନିଆଲ,ସମାଜସେବୀ ଢଗମାଳିଆ ନାଏକ ଅସହାୟ ପରିବାର ଙ୍କ ପାଖରେ ପହଞ୍ଚି ୫ଝିଅ ଙ୍କ ସମସ୍ତ ସୁବିଧା ,ଅସୁବିଧା ବୁଝିବା ସହ ସେମାନଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ସହଯୋଗ କରାଯିବ ବୋଲି କହିଥିଲେ ।ଏପରିକି ପାଠ ପଢା ପାଇଁ ମା ଓ ଛୁଆ ଙ୍କ ଇଚ୍ଛା ଅନୁଯାୟୀ ଜୟନ୍ତପୁର କନ୍ୟାଶ୍ରମ ରେ ଥଇଥାନ କରାଯିବା ନେଇ ଉପରସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି ଶିଶୁ ସୁରକ୍ଷା ବିଭାଗ କର୍ମଚାରୀ ସୁଧାଂଶୁ ଶେଖର ମହାପାତ୍ର ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ