ଝାରସୁଗୁଡା ୨୧/୩ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଜାମଗାଁ ଗ୍ରାମରେ ତିନିଦିନ ଧରି ଚାଲିଥିବା ନବ ନିର୍ମିତ ନରସିଂହ ଓ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ ହୋଇ ଯାଇଛି । ଉକ୍ତ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସୋମନାଥ କାଲୋ ଓ ପତ୍ନୀ ସୀତା କାଲୋ ମୁଖ୍ୟ କର୍ତ୍ତା ଏବଂ ଚମାର ରାମେସରିଆ ଓ ପତ୍ନୀ ବସନ୍ତ ରାମେସରିଆ,ଜିତ କାଶିପଲିଆ ଓ ପତ୍ନୀ ସେବତୀ କାଶିପଲିଆ, ତେଜମଣି ଗଢୁଆଲ ଓ ପତ୍ନୀ ରୀନା ଗଢୁଆଲ, ଆଦିତ୍ୟ ରାଉତ ଓ ପତ୍ନୀ ସୁଦେସ୍ନା ରାଉତ, ସଂକୀର୍ତ୍ତନ ରାମେସରିଆ ଓ ପତ୍ନୀ ସୁମିଳା ରାମେସରିଆ, ସୁଧୀର ଭୁଏ ଓ ପତ୍ନୀ ଜନନୀ ଭୁଏ ପାର୍ଶ୍ୱ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ । ସେହିପରି ପଣ୍ଡିତ ଅଶୋକ କୁମାର ପଣ୍ଡା ଓ ପଣ୍ଡିତ ଜୀବନ କୁମାର ଶତପଥୀ ପୂଜାର୍ଚ୍ଚନା,ହୋମଯଜ୍ଞ ଆଦି କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅବସରରେ ହୀରନ୍ୟାକାଶ୍ୟପ ରାଜ ଦରବାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସୀମାନ୍ତ ୧୯ ଖଣ୍ଡ ମୌଜା ଚାରପାଲି ପଞ୍ଚାୟତ ଅନ୍ତର୍ଗତ ନୂଆଡ଼ିହି ଗ୍ରାମର ବିଶିଷ୍ଟ ମଞ୍ଚ କଳାକାର ସଦାନନ୍ଦ ସାହୁ ମହାରାଜ ହୀରନ୍ୟାକାଶ୍ୟପ ଭୂମିକାରେ ଅଭିନୟ କରିଥିଲେ । ମନ୍ଦିର ପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ଆଖପାଖ ଗ୍ରାମ ମାନଙ୍କରୁ ବହୁ ଲୋକଙ୍କ ସମାଗମ ହୋଇଥିଲା ଏବଂ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା କରା ଯାଇଥିଲା । ଏଥିରେ ଜାମଗାଁ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।