Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗରମରେ କୁଲ୍‌ ରହିବାକୁ ଚାହୁଁଛନ୍ତି; ଖାଆନ୍ତୁ ଏହିସବୁ ସୁପରଫୁଡ୍‌ସ

ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ବଢୁଛି ତାପମାତ୍ରା। ତାପମାତ୍ରା ବୃଦ୍ଧିର ପ୍ରଭାବ ମଣିଷ ଶରୀର ଉପରେ ମଧ୍ୟ ପଡିପାରେ। ଏହି ଦିନରେ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ଏହି ଋତୁରେ ପେଟ ସମସ୍ୟା ଅଧିକ ଦେଖାଯାଏ। ତେବେ ଏହି ଋତୁରେ ଏଭଳି ଖାଦ୍ୟ ଗ୍ରହଣ କରିବା ଉଚିତ ଯାହାକୁ ଖାଇବା ଦ୍ୱାରା ଆପଣଙ୍କ ପେଟ ଥଣ୍ଡା ରହିବ, ଆପଣଙ୍କ ଭିତରେ ଏନର୍ଜି ଆସିଯିବ। ଆପଣ ସୁସ୍ଥ ମଧ୍ୟ ରହିବେ।

ସିଜନାଲ୍‌ ଫ୍ରୁଟ୍‌ସ: ଏହି ଋତୁରେ ବଜାରରେ ଅନେକ ପ୍ରଜାରର ଫଳ ବିକ୍ରି ହୁଏ। ଯେଉଁଥିରେ ଜଳର ପରିମାଣ ଅଧିକ ଥାଏ। ତରଭୁଜ, ଅଙ୍ଗୁର, କମଳା, ପରି ଅନେକ ଫଳ ଯେଉଁଥିରେ ଜଳୀୟ ଅଂଶ ଅଧିକ ପରିମାଣରେ ରହିଥାଏ। ଏହା ସହିତ ଆପଣ ହାଇଡ୍ରେଟ୍ ମଧ୍ୟ ରହିବେ। ଖରାଦିନେ ତରଭୁଜ ନିଶ୍ଚିତ ଭାବରେ ଖାଇବା ଉଚିତ କାରଣ ଏଥିରେ ୯୧% ଜଳୀୟ ଅଂଶ ରହିଥାଏ। ଏହା ଆପଣଙ୍କ ଶରୀରରେ ଜଳର ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରେ। ଏହାସହିତ ତରଭୁଜରେ ଆଣ୍ଟିଅକ୍ସିଡାଣ୍ଟର ଭରପୂର ମାତ୍ରାରେ ରହିଥାଏ।

ସିଜନାଲ୍‌ ଭେଜିଟେବଲ୍‌: ଗ୍ରୀଷ୍ମ, ଋତୁରେ, ଅଧିକ ସାଲାଡ ଖାଇବା ଉଚିତ। ଏହା ଆପଣଙ୍କୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରେ। କାକୁଡିରେ ଫାଇବରର ମାତ୍ରା ଭରପୂର ରହିଥାଏ। ଏହା ପେଟକୁ ଠିକ୍ ରଖେ। କାକୁଡି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର ହୋଇଥାଏ। ଏଥିରେ ଅଧିକ ପରିମାଣର ଜଳୀୟ ଅଂଶ ମଧ୍ୟ ରହିଥାଏ। ଏହା ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣିଥାଏ।

ନଡ଼ିଆ ପାଣି- ଖରାଦିନେ ଆପଣଙ୍କୁ ପଈଡ ପାଣି ପିଇବାକୁ ଉଚିତ। ଏଥିରେ ଇଲେକ୍ଟ୍ରୋଲାଇଟ୍ ଥାଏ। ଏହା ଆପଣଙ୍କୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିଥାଏ। ଏହା ପେଟକୁ ମଧ୍ୟ ଥଣ୍ଡା ରଖେ।

ଦହି- ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନରେ ଦହି ଖାଇବା ଜରୁରୀ। ଦହି ପ୍ରୋବାୟୋଟିକ୍ସର ଏକ ଉତ୍ତମ ଉତ୍ସ।

ପୋଦିନା ଚଟଣି- ଗ୍ରୀଷ୍ମ ଋତୁରେ, ଆପଣଙ୍କ ଖାଦ୍ୟରେ ନିଶ୍ଚିତ ଭାବରେ ପୋଦିନା ଚଟଣି ସାମିଲ କରିବା ଉଚିତ। ଏହା ପେଟକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ