Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗରେ ବିଶ୍ଵ କବିତା ଦିବସ ପାଳିତ

ଗୋପାଳପୁର ୨୧/୩
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗରେ ବିଭାଗ ପକ୍ଷରୁ ବିଶ୍ଵ କବିତା ଦିବସ ପାଳିତ ହୋଇଥିଲା l ଏଥିରେ କବି ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି ଓଡ଼ିଆ ବିଭାଗର ପ୍ରଥମ ବ୍ୟାଚର ଛାତ୍ର ଡ଼.କୈଳାସ ଚନ୍ଦ୍ର ତ୍ରିପାଠୀ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ କବିତାର ଶୈଳୀ ଏବଂ ପାଠକ ପ୍ରତି ତାର ଆକର୍ଷଣ ସଂପର୍କରେ ଆଲୋକପାତ କରିଥିଲେ l ଏହି ଅବସରରେ ବିଭାଗର ପ୍ରଫେସର ସଦାନନ୍ଦ ନାୟକ, ଡ଼.ସମୀର ଭୋଇ , ଜିତେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇ ନିଜ ନିଜ ମତ ବ୍ୟକ୍ତ କରିଥିଲେ l ବିଭାଗର ସଂଯୋଜକ ଡ଼.ଦେବୀ ପ୍ରସାଦ ଶତପଥୀ ସଭା ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ଯୋଗ ଦେଇ କବିତା ପାଠ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories