ନିଷ୍ଟ୍ ବିଶ୍ୱବିଦ୍ୟାଳୟ ରେ ଦୁଇ ଦିନିଆ ବୈଷୟିକ ଶିକ୍ଷା କର୍ମଶାଳା ସଙ୍କଳ୍ପ ୨୦୨୩ ଉଦଘାଟିତ।
        ଗୋପାଳପୁର,୨୧/୦୩
ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ନିକଟରେ ଥିବା ନିଷ୍ଟ ବିଶ୍ୱବିଦ୍ୟାଳୟ ପରିସରରେ ଦୁଇ ଦିନିଆ ବୈଷୟିକ ଶିକ୍ଷା କର୍ମଶାଳା ସଙ୍କଳ୍ପ ୨୦୨୩ ଉଦଘାଟିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ ସୁକାନ୍ତ କିଶୋର ମହାପାତ୍ର, ଶିକ୍ଷାନୁଷ୍ଠାନ ଭାରପ୍ରାପ୍ତ କୁଳପତି  ଡ ପି ରାଜେଶ କୁମାର ଙ୍କ ସଭାପତିତ୍ୱରେ ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ  ଏସସର ମୀନମେଟ  ଲିମିଟେଡ଼ ର ସି ଇ ଓ ଶଶୀ ଶେଖର ମହାନ୍ତି, ମୁଖ୍ୟ ବକ୍ତା ଭାବେ ଭାରତ ସରକାର ଙ୍କ ତରଫରୁ ପୁରସ୍କାର ପ୍ରାପ୍ତ ଯୁବ ବୈଜ୍ଞାନିକ  ରିଂକେଶ ବିଷ୍ଣୁ କୁରକୁରେ, ସମ୍ମାନୀତ ଅତିଥି ଭାବେ ଓଡିଶା ଆଇଏସଟିଇର ଅଧକ୍ଷ ଡ ପ୍ରଭାତ କୁମାର ପାଢ଼ୀ ଏବଂ  New Leaf Dynamic Technologies private ଲିମିଟେଡ଼  ର ପ୍ରତିଷ୍ଠାତା ଅନୁରାଗ ଅଗ୍ରୱାଲ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ସଙ୍କଳ୍ପର ପରାମର୍ଶଦାତା ଅଧ୍ୟାପକ ପ୍ରଫେସର ମିଟୁ ବରାଳ, ଛାତ୍ର ସଭାପତି ଆଦିତ୍ୟ କୁମାର ସାହୁ,  ଛାତ୍ର ସଚିବ ବି. ସଂଜୀବ ରେଡ୍ଡୀ  ଏବଂ  ଛାତ୍ର କୋଷାଧ୍ୟକ୍ଷା ରିଚା ଅତିଥି ରୂପେ ମଞ୍ଚାସୀନ ଥିଲେ। ଏହି ଅବସରରେ କଲେଜ ପରିସରରେ ବିଭିନ୍ନ ପ୍ରକାରର ବୈଷୟିକ ପଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏହି ପଦର୍ଶନୀରେ ଏନସିଏସ କ୍ଲବ, ଇଏଚସି କ୍ଲବ, ଏଡି, ଇନୋଭା, ୟୁରେକା, ଏନଏସି, ଏନଏସଏସ, ଏନସି ସି , ଆରଇସି, ଏକ୍ସଏଲ, ମଲ୍ଟିମିଡିଆ, ଡ୍ୟାନ୍ସ, କେଟ, ଗୁଗୁଲ, ଫୋଟ ଫ୍ଲକ୍ସ, ମ୍ୟାନେଜେମେଣ୍ଟ ପରି ବହୁ କ୍ଲବ ଅଂଶ ଗ୍ରହଣ କରିଥିଲେ । ସେହିପରି ବୈଷୟିକ ଶିକ୍ଷା ସହିତ ଆସିଥିବା ଛାତ୍ରଛାତ୍ରୀଙ୍କ ମନୋରଞ୍ଜନ ପାଇଁ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଚଳିତ ବର୍ଷ ନିଷ୍ଟ  ବୈଷୟିକ ଶିକ୍ଷାନୁଷ୍ଠାନର ୧୫ ଶହରୁ ଉର୍ଦ୍ଧ ବିଦ୍ୟାର୍ଥୀଙ୍କ ସମେତ ବହୁ ଶିକ୍ଷାନୁଷ୍ଠାନର ଶତାଧିକ ବିଦ୍ୟାର୍ଥୀ ଯୋଗ ଦେଇଥିଲେ ।  ସେହିପରି ଉଦଯାପନୀ ସନ୍ଧ୍ୟାରେ ବଲିଉଡ୍ ଗାୟକ  laqshay କପୂର  ସହିତ ରାଞ୍ଚି ର ଡିଜେ ଫୈଜ଼ାନ ଖାଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।  ଏ କାର୍ଯ୍ୟକ୍ରମ ରେ ପ୍ରଶାସନ ମୁଖ୍ୟ  ସୟଦ ସୁଲେମାନ ଅଲି, ଭାରପ୍ରାପ୍ତ କୁଳସଚିବ ଡ଼ ବିଷ୍ଣୁକର ନାୟକ, ପ୍ରଫେସର ସ୍ୱାଧୀନ ମିଶ୍ର, ଡ଼ ମାନବେନ୍ଦ୍ର ପାତ୍ର, ଆକାଙ୍ଖ୍ୟା ପଟନାୟକ,  ଡ଼ ପ୍ରୀତି ରଞ୍ଜନ ସାହୁ,  ଡ. ରତିକାନ୍ତ ନାୟକ,  ଡ଼ ଅଶ୍ବିନୀ କୁମାର ଖୁଣ୍ଟିଆ, ଡ଼ ଅଶ୍ବିନୀ କୁମାର ନାୟକ, ପ୍ର ପୁର୍ନେନ୍ଦୁ ମିଶ୍ର,  ପ୍ର ହରିକୃଷ୍ଣ ଗନ୍ତାୟତ, ପ୍ର ଏମ. ରାଜେନ୍ଦ୍ର କୁମାର, ଡ଼ ସୁବ୍ରତ କୁମାର ଭୂୟାଁ, ଡ଼ ସୁଶାନ୍ତ  ସାହୁ, ପ୍ର ସରୋଜ ପାଢ଼ୀ, ମିନାକ୍ଷୀ ଦାଶ, ପିତାମ୍ବର ସାହୁ,  ଚିନି ନରେଶ, ପ୍ରଭୁଦତ୍ତ ମିଶ୍ର, ସନ୍ତୋଷ ସାହୁ, ଗୋପବନ୍ଧୁ ଉତ୍ତରକବାଟ, ସୁନୀଲ ରେ ଇତ୍ୟାଦି ବିଭିନ୍ନ ଦାୟିତ୍ୱ ନିର୍ବାହ କରିଥିଲେ।  ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନେ ସନ୍ଧ୍ୟା ର ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।

                        