Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏମସିଏଲ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଝାରସୁଗୁଡା ୨୨/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପିପିଲିମାଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏମସିଏଲ ସହାୟତା ଏବଂ ଏସ.ଏସ.ପି.ପି.ପି ଟ୍ରଷ୍ଟର ପରିଚାଳକ ଆର୍ତ୍ତବନ୍ଧୁ ପାତ୍ର ଏବଂ ନିର୍ଦ୍ଦେଶକ ଅକ୍ଷୟ କୁମାର ହୋତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ଶିବିର ରେ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ମୋଟ ୪୩ ଜଣଙ୍କ ଚକ୍ଷୁ ପରୀକ୍ଷା କରା ଯାଇଥିଲା । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ମୋତିଆ ବିନ୍ଦୁ ଚିହ୍ନଟ କରାଯାଇ ଅସ୍ତ୍ରୋପଚାର ନିମନ୍ତେ ସେମାନଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠା ଯାଇଛି । ଚକ୍ଷୁ ରୋଗୀ ମାନଙ୍କ ଡାକ୍ତରଖାନାକୁ ଯିବା ଆସିବା ସହ ଖାଦ୍ୟପେୟ ସମସ୍ତ ଖର୍ଚ୍ଚ ଏସ.ଏସ.ପି.ପି.ପି ଟ୍ରଷ୍ଟ ବହନ କରିଥାଏ ବୋଲି ଆୟୋଜକ କୈଳାସ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି । ଏହି ମାଗଣା ଚକ୍ଷୁ ଚିକିତ୍ସା ଶିବିର ଦ୍ୱାରା ଅନେକ ମଧ୍ୟବିତ୍ତ ଗରିବ ଶ୍ରେଣୀର ଲୋକ ଉପକୃତ ହୋଇ ପାରୁଛନ୍ତି । ଆଗାମୀ ଦିନରେ ଲଖନପୁର ବ୍ଲକ ଅଞ୍ଚଳର ଅନ୍ୟାନ୍ୟ ପଞ୍ଚାୟତ ମାନଙ୍କରେ ମଧ୍ୟ ଏହି ଶିବିର ଆୟୋଜନ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏଥିରେ ସମସ୍ତ ପ୍ରକାର ଚିକିତ୍ସା ସହାୟତା ଯୋଗାଇ ଦେଉଥିବା ଯୋଗୁଁ ଟ୍ରଷ୍ଟ ପକ୍ଷରୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।