Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁରରେ ପୋଲିସ ର ଫ୍ଳାଗ୍ ମାର୍ଚ୍ଚ

ବୀରମହାରାଜପୁର : ( ସୌମିତ୍ରି ମେହେର)
ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି l ନିର୍ବାଚନ ସମୟରେ ଯେପରି କୌନସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହେବ, ଶାନ୍ତିଶୃଙ୍ଖଳା ଓ ଅପରାଧ ମୁକ୍ତ କରାଯିବା ନେଇ ସ୍ଥାନୀୟ ପୋଲିସ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି l ବୀରମହାରlଜପୁର ବିଧାନସଭା ନିର୍ବାଚନ ମଣ୍ତଲି ରେ ହେବାକୁ ଥିବା ନିର୍ବାଚନକୁ ଶାନ୍ତିଶୃଙ୍ଖଲା ର ଶେଷ କରିବାକୁ ପୋଲିସ ତତ୍ପର ହୋଇଥିବା ସହ ବୀରମହାରାଜପୁର ଥାନା ତରଫରୁ ଗୁରୁବାର ଦିନ ସହର ରେ ଫ୍ଲାଗ ମାର୍ଚ୍ଚ କରାଯାଇଛି l ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ବାସୁଦେବ ଛତ୍ରିଆ , ଥାନା ଅଧିକାରୀ ସୋଭକର ସେଠ , ଏସ ଆଇ ଦୀପ୍ତି ରଞ୍ଜନ ଦିଗାଲ ଙ୍କ ନେତୃତ୍ୱ ରେ ଏ.ଏସ.ଆଇ ପି.କେ ସାହୁ, ପି ବାରଲେବେଡିଆ ଙ୍କ ସହିତ ଏକ ପ୍ଲାଟୁନ ପୋଲିସ ଫୋର୍ସ, ଗୃହରକ୍ଷୀ ବାହିନୀ ବୀରମହାରାଜପୁର ଥାନା ପରିସର ରୁ ବାହାରି ତ୍ରିବେଣୀ ଛକ , ମୁଖ୍ୟ ଛକ, ଟାଙ୍ଗର ସାହି , ଚମ୍ପାପୁର ଦେଇ ପୁଣି ଥାନା ପର୍ଯ୍ୟନ୍ତ ଆସିଥିଲେ l ନିର୍ବାଚନ ପରିପ୍ରେକ୍ଷୀରେ ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ପାଇଁ ଏହି ଫ୍ଲାଗମର୍ଚ୍ଚ କରାଯାଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି l