Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ନିରବି ଗଲେ ବିଜେଡିର ତୁଣ୍ଡ, ରାଜନୀତିରେ ଗୋଟିଏ ଯୁଗର ଅନ୍ତ

ଭୁବନେଶ୍ୱର: ରାଜନୀତିରେ ଗୋଟିଏ ଯୁଗର ଅନ୍ତ ଘଟିଛି । ଆରପାରିରେ ବର୍ଷୀୟାନ ବିଜେଡି ନେତା ଦାମୋଦର ରାଉତ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ସକାଳେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଆଜି ଭୋର ୫ଟା ୨୩ ମିନିଟରେ ଦାମ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ପରିବାର ଲୋକ ଜଣାଇଛନ୍ତି ।

ଓଡ଼ିଶା ରାଜନୀତିରେ ଦାମଙ୍କ ବିୟୋଗ ସହ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଦାମ ଏମିତି ଜଣେ ନେତା ଥିଲେ ଯିଏ ସ୍ପଷ୍ଟବାଦୀ ଭାବେ ବେଶ ଜଣାଶୁଣା ଥିଲେ । ଦାମୋଦର ରାଉତ ଜଣେ ଟାଣୁଆ ନେତା ଭାବେ ଜଣାଶୁଣା। ଏହାସହ’ବିଜେଡିର ତୁଣ୍ଡ’ ଭାବେ ପରିଚିତ ଥିଲେ ଡାକ୍ତର ରାଉତ। ପ୍ରଥମେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ନବୀନଙ୍କ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ଦାମ ରାଉତ। ପରବର୍ତ୍ତୀ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଶାସକ ଦଳକୁ ବିପଦରେ ପକାଇଥିଲେ ଡାକ୍ତର ରାଉତ। ଯେଉଁଥିପାଇଁ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା। ତା’ପରେ ମଧ୍ୟ ତାଙ୍କ ତୁଣ୍ଡ ବନ୍ଦ ହୋଇନଥିଲା। ସେ ପୂର୍ବ ଅପେକ୍ଷା ଅଧିକ କହିଲେ। ଯାହା ବିଜେଡିକୁ ଆହୁରି ଅଡୁଆରେ ପକାଇଥିଲା ।

ସେଥିପାଇଁ ତାଙ୍କୁ ଦଳରୁ ବିଦା ହେବାକୁ ପଡ଼ିଥିଲା। କିଛି ଦିନର ନିରବତା ପରେ ଡାକ୍ତର ରାଉତ ୨୦୧୯ ନିର୍ବାଚନରେ ବିଜେପିରେ ମିଶିଥିଲେ। ଏପରିକି ବିଜେପି ତାଙ୍କୁ ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମାରେ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ମାତ୍ର ସେଠାରେ ତାଙ୍କୁ ପରାଜିତ ହେବାକୁ ପଡ଼ିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବିଜେପିକୁ ବାଏ ବାଏ କରିଥିଲେ ଦାମ। ଗତ କିଛି ମାସ ପୂର୍ବରୁ ଦାମଙ୍କ ଉପରୁ ବହିଷ୍କାର ପ୍ରତ୍ୟାହାର କରି ପୁଣିଥରେ ବିଜେଡିକୁ ଫେରାଇ ଆଣିଥିଲେ ନବୀନ ପଟ୍ଟନାୟକ।

୧୯୪୨ ମସିହା ଜୁଲାଇ ୨ ତାରିଖରେ ଜଗତସିଂହପୁରରେ ଜନ୍ମ ଲାଭ କରିଥିବା ଦାମ ରାଉତ ଓଡ଼ିଶା ବିଧାନସଭାକୁ ବିଧାୟକ ଭାବେ ୭ଥର ନିର୍ବାଚିତ ହୋଇଛନ୍ତି। ୧୯୫୭ ମସିହାରୁ ଡାକ୍ତର ରାଉତ ବିଜୟ ଯାତ୍ରା ଆରମ୍ଭ କରିଥିଲେ। ୭ ଥର ବିଧାୟକ, ବହୁବାର ମନ୍ତ୍ରୀ ହୋଇଛନ୍ତି । ପ୍ରଥମେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜେଡିରୁ ୪ ଥର ବିଧାୟକ ହୋଇଛନ୍ତି ।

ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କ ସୂଚନା ଅନୁଯାୟୀ ୧୮ ତାରିଖ ବିଳମ୍ବିତ ରାତିରେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ହୃଦଘାତର ଶିକାର ହୋଇଥିଲେ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ଉଚଜ ଦିଆଯାଇ ନଥିଲା। ଫଳରେ ଅବସ୍ଥା ସଂକଟାପନ୍ନ ହୋଇଗଲା ବୋଲି ସମ୍ବିତ ଅଭିଯୋଗ କରିଥିଲେ । ତୁରନ୍ତ ତାଙ୍କୁ ସେଠାରୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କୁ ଭେଣ୍ଟିଲେଟର ସପୋର୍ଟ ସିଷ୍ଟମରେ ରଖାଯାଇଥିଲା। କାର୍ଡିଓଲୋଜି, ନେଫ୍ରୋଲୋଜି, ନ୍ୟୁରୋଲୋଜି, ମେଡିସିନ ବିଭାଗର ବିଶେଶଜ୍ଞ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ । ଅବସ୍ଥା କ୍ରିଟିକାଲ ଥିବା ଡାକ୍ତର କହିଥିଲେ। ଯକୃତରେ ପାଣି ଜମିଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଓଡ଼ିଶା ରାଜନୀତିରେ ଦାମୋଦର ରାଉତ ବଡ ରାଜନେତା ଭାବେ ଜଣାଶୁଣା । ପ୍ରଥମେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ନବୀନଙ୍କ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ତେବେ ୨୦୧୯ରେ ବିଜେପି ଟିକେଟରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ ଦାମ । କିନ୍ତୁ ପରବର୍ତ୍ତୀ ସମୟରେ ବିଜେପିକୁ ବାଏ ବାଏ କରିଥିଲେ ଦାମ । ଗତ କିଛି ମାସ ପୂର୍ବରୁ ଦାମଙ୍କ ଉପରୁ ବହିଷ୍କାର ପ୍ରତ୍ୟାହାର କରି ପୁଣିଥରେ ବିଜେଡିକୁ ଫେରାଇ ଆଣିଥିଲେ ନବୀନ ପଟ୍ଟନାୟକ ।