Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜୟଙ୍କ ପୂର୍ବରୁ କାହା ପ୍ରେମରେ ପାଗଳ ଥିଲେ କାଜୋଲ?

ମୁମ୍ବାଇ: ବଲିଉଡ୍‌ର ଏକ ସଫଳ ଯୋଡି ମଧ୍ୟରୁ ଅନ୍ୟତମ ହେଉଛନ୍ତି କାଜୋଲ ଓ ଅଜୟ ଦେବଗନଙ୍କ ଯୋଡି। ଉଭୟଙ୍କ ବିବାହକୁ ୨୪ ବର୍ଷରୁ ଅଧିକ ସମୟ ବିତିଗଲାଣି। ସେମାନଙ୍କର ଦୁଇଟି ସନ୍ତାନ ନ୍ୟାସା ଏବଂ ୟୁଗ୍ ଅଛନ୍ତି। ଏକ ସାକ୍ଷାତକାରରେ, କାଜୋଲ ତାଙ୍କ ସ୍ୱାମୀଙ୍କ ସହ ଥିବା ରୋମାନ୍ସ ବିଷୟରେ ଅନେକ ରହସ୍ୟ ପ୍ରକାଶ କରିଥିଲେ ଏବଂ ଅଜୟ ଦେବଗନଙ୍କୁ ଭେଟିବା ପୂର୍ବରୁ ସେ ଆଉ କାହାକୁ ଡେଟ କରୁଥିଲେ ତାହା ମଧ୍ୟ ପ୍ରକାଶ କରିଥିଲେ।
କାଜୋଲ ପ୍ରକାଶ କହିଛନ୍ତି ଯେ ସେ ଅଜୟଙ୍କୁ ଫିଲ୍ମ ସେଟରେ ପ୍ରଥମ ଥର ଭେଟିଥିଲେ। ସେତେବେଳେ ସେ ଅନ୍ୟ କାହା ସହିତ ଡେଟ କରୁଥିଲେ। ସେ ବହୁତ ହ୍ୟାଣ୍ଡସମ୍‌ ବି ଥିଲେ। ‌କାଜୋଲ କହିଛନ୍ତି ଯେ ଫିଲ୍ମ ସୁଟିଂ ସମୟରେ ଅଜୟ ଆଉ ମୁଁ ଧୀରେ ଧୀରେ ଭଲ ବନ୍ଧୁ ହେଲୁ। ଆମ ଭିତରେ ବନ୍ଧୁତା ନିବିଡ ହେଲା। ଯେତେବେଳେ ଆମ ବନ୍ଧୁତା ଆଉ ଏକ ପାହାଚ ଅତିକ୍ରମ କଲା ସେତେବେଳେ ମୁଁ ମୋ ପାର୍ଟନରଠୁ ଦୂରେଇ ଗଲି। ତେବେ ସେ ତାଙ୍କ ପାର୍ଟନରର ନାଁ ପ୍ରକାଶ କରି ନଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ କାଜୋଲ ଅଜୟଙ୍କୁ ବାହା ହେବା ପୂର୍ବରୁ କାର୍ତ୍ତିକ ମେହେଟ୍ଟାଙ୍କୁ ଡେଟ୍‌ କରୁଥି‌ଲେ।
କାଜୋଲ ଏବେ ତାଙ୍କ ଆଗାମୀ ଫିଲ୍ମ ‘ଲଷ୍ଟ ଷ୍ଟୋରୀଜ୍‌ ୨’ ଏବଂ ‘ସରଜମିନ୍’ ଭଳି ଚଳଚ୍ଚିତ୍ର ସୁଟିଂରେ ବ୍ୟସ୍ତ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ