Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଶାଳା ପଞ୍ଚମ ଦେଶଫାଲ୍ ଲୋକକଳା ମହୋତ୍ସବ ଉଦଘାଟିତ

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଧର୍ମଶାଳା ସ୍ଥିତ ଦୋଳମଣ୍ଡପ ପଡ଼ିଆରେ ୫ମ ଦେଶଫାଲ ଲୋକ କଳା ମହୋତ୍ସବ ଶୁକ୍ରବାର ଉଦଘାଟିତ ହୋଇଯାଇଛି। ଦେଶଫାଲ ଲୋକକଳା ମହୋତ୍ସବ କମିଟିର ସଭାପତି ପଦ୍ମଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଓଡ଼ିଶା ମାନବାଧିକାର କମିଶନ ର ଅଧ୍ୟକ୍ଷ ନ୍ୟାମୂର୍ତ୍ତୀ ଶତ୍ରୁଘ୍ନ ପୂଝାରୀ ମୁଖ୍ୟ ଅତିଥି ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶ ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦେଇ ଏହି ମହୋତ୍ସବ କୁ ଉଦଘାଟନ କରିଥିଲେ। ଆୟୋଜକ ସମ୍ପାଦକ ଶ୍ରୀନିବାସ ଚାନ୍ଦ, ଉପସଭାପତି ହରିହର କର୍ଣ୍ଣ , ଉପଦେଷ୍ଟା ବଳଦେବ ବେଦବାକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ। କେଶବ କୁମାର ଦାସ ,ବୀରେନ ଜଗଦଲା ଓ ସାଥି ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଯୁଗଳ କିଶୋର ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ହୃଷିକେଶ ଚାନ୍ଦ ମଞ୍ଚ ପରିଚାଳନା କରିଥବା ବେଳେ ମହୋତ୍ସବ କମିଟିର ଉପସଭାପତି ହରିହର କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସର ରେ ଡ.ଦତ୍ତେଶ୍ୱର ହୋତା ଙ୍କୁ ଦେଶଫାଲ ଗୌରବ ସମ୍ମାନ ଓ ଖଣ୍ଡହତା ର ସାମାଜିକ ସଙ୍ଗଠନ ସିୟା କୁ ଦେଶଫାଲ ସେବା ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ସଭା ପରେ ସମଲେଶ୍ଵରୀ ଓ ସୁରେଶ୍ଵରୀ ଭଜନ ରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ପରେ ପରେ ବୌଦ୍ଧ ର ବଉଳି କଳାପରିଷଦ ର ଲୋକନୃତ୍ୟ , ସମ୍ବଲପୁର ର ପଞ୍ଚବାଦ୍ୟ ନୃତ୍ୟ ପରିଷଦ ର ସମ୍ବଲପୁରୀ ଓ ଡାଲଖାଇ ନୃତ୍ୟ , ଅଁଳାଛାଟ ର କରମା ନୃତ୍ୟ , ଫୁଲବାଣୀ ଓଡ଼ିଶୀ ନୃତ୍ୟ ସହିତ ଆଞ୍ଚଳିକ କଳାକାର ଙ୍କ ଦ୍ଵାରା ଆଦିବାସୀ ନୃତ୍ୟ , ଡାଲଖାଇ ନୃତ୍ୟ , ଦୁଲାବିହା ଆଦି କ୍ରମାନ୍ୱୟରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ପରିବେଷଣ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଲକ୍ଷ୍ମୀନାରାୟଣ ସାହୁ ସଂଯୋଜନା କରିଥିଲେ । ଏହା ଦେଖିବାକୁ ଅଞ୍ଚଳର ସହସ୍ରାଧିକ ଦର୍ଶକଙ୍କ ସମାଗମ ହୋଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ