ବିଜେଡି ମେଂଟ ପାଇଁ ନିବେଦନ କରିଥିଲା, ଆମେ ରିଜେକ୍ଟ କରି ଦେଲୁ: ଅପରାଜିତା


ଭୁବନେଶ୍ୱର: ଗତକାଲି ରାଜ୍ୟ ବିଜେପି ସଭାପତି ଓଡିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ହେବ ନାହିଁ ବୋଲି ଏକ୍ସରେ ପୋଷ୍ଟ କରି ଆନୁଷ୍ଠାନିକ ଘୋଷଣା କଲେ । ଓଡିଶାରେ ବିଜେପି ଏକାକୀ ୨୧ ଲୋକସଭା ଓ ୧୪୭ ବିଧାନସଭା ସିଟରେ ନିର୍ବାଚନ ଲଢିବ ବୋଲି କହିଛନ୍ତି । ତାଙ୍କର ଏହି ଟୁଇଟକୁ ରି ଟୁଇଟ୍ କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଂସଦ ଅପରାଜିତା ଷଡଙ୍ଗୀ ତ ଆଉ ଦୁଇ ପାଦେ ଆଗେଇ ଯାଇ ବିଜେଡିକୁ ତାର୍ତ୍ସଲ୍ୟ କରିଥିଲେ । ମେଂଟ ନ ହେବା ନେଇ ବିଜେଡି ଯେତିକି ଖୁସି ନୁହେଁ ତାଠୁ ଅଧିକ ଖୁସି ବିଜେପି ଶିବିରରେ ଦେଖିବାକୁ ମିଳିଛି । ଗତକାଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏମିତି ଉତ୍ସବ ପାଳନ ହୋଇଥିଲା ଯେମିତି ଦଳ ନିର୍ବାଚନ ଜିତିଛି । ମନମୋହନଙ୍କ ଘୋଷଣା ପରେ ମେଂଟ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡିଛି ।

ଗତକାଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଥିଲେ ମେଂଟ ପାଇଁ ବିଜେଡି ଆଗଭର ଥିଲା । ସେମାନେ ବିଜେପି ପାଖକୁ ଆସି ମେଂଟ ପାଇଁ ନିବେଦନ କରିଥିଲେ । ତାଙ୍କ ପକ୍ଷରୁ ମେଂଟ ପ୍ରସ୍ତାବ ଆସିଥିଲା । କିନ୍ତୁ ଆମେ ଏହାକୁ ପ୍ରତ୍ୟାଖ୍ୟାନ କଲୁ । ସେମାନେ ଆଇ ଲଭ ୟୁ କହିଲେ କିନ୍ତୁ ଆମେ ଆଇ ଲଭ ୟୁ ଠୁ କହିଲୁ ନାହିଁ । ଆମର ବିଜେଡି ସହ ମେଂଟ ଆବଶ୍ୟକ ନାହିଁ ବୋଲି ଅପରାଜିତା ରାଜ୍ୟର ଶାସକ ଦଳକୁ ତାର୍ତ୍ସଲ୍ୟ କରି କହିଥିଲେ । ବିଜେପି ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ସିଟରେ ନିର୍ବାଚନ ଲଢିବ ବୋଲି ଅପରାଜିତ କହିଛନ୍ତି । ଅପରାଜିତାଙ୍କ ଏହି ଟିପ୍ପଣୀ ଉପରେ ବିଜେଡି ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିନି ।

ସୂଚନାଯୋଗ୍ୟ ମାର୍ଚ୍ଚ ୫ରୁ ୧୭ ଦିନ ଧରି ମେଂଟକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଉଭୟ ଦଳର ଶୀର୍ଷ ସ୍ତରର ନେତା ମେଂଟ ପାଇଁ ଯେଉଁ ସନ୍ଦେଶ ଦେଉଥିଲେ ତାର ପୂର୍ଣ୍ଣଛେଦ ପଡିଛି । ଏବେ ମଇଦାନରେ ଦୁଇ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ଉଭୟ ଦଳ ପ୍ରସ୍ତୁତି ଜୋରଦାର କଲେଣି । ଆଜି ବିଜେପିର ପ୍ରାର୍ଥୀ ତାଲିକା ପ୍ରକାଶ ପାଇପାରେ । ମନମୋହନ ଘନ ଘନ ଦିଲ୍ଲୀ ଯାଇ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ସେପଟେ ନବୀନ ନିବାସରେ ମଧ୍ୟ ମାରାଥନ ବୈଠକ ହୋଇ ନିର୍ବାଚନୀ କସରତ ଚାଲିଛି ।

ଗଜପତି ଜିଲ୍ଲାରୁ ହରିୟାଣାକୁ ଗଞ୍ଜେଇ ନେଇ ବିକ୍ରି କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଉଠାଇ ନେଲା ହରିୟାଣା ପୁଲିସ ପାରଳାଖେମୁଣ୍ଡି:୨୮/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଥାନା ପୁଇପଡ ଗାଁରୁ ଜଣେ ଗଞ୍ଜେଇ ଅଭିଯୁକ୍ତକୁ ହରିୟାଣା ପୁଲିସ ଗିରଫ କରିନେଇଛି । ଗଞ୍ଜେଇ ଅଭିଯୁକ୍ତ ଜଣକ ସେହି ଗାଁର ସୁବିତ୍ କୁମାର ନାୟକ(୪୨) । ଗିରଫ ପରେ ମୋହ‌ନା କୋର୍ଟରେ ହାଜର କରି ପୋଲିସ ହରିଆଣା ନେଇଯାଇଛି । ଗତ ୨୩ ତାରିଖ ଦିନ ହରିଆଣାର ଜିନ ଗାଁରୁ ୨୪ କିଲୋ ଗଞ୍ଜେଇ ଜବତ ସହ ହରିୟାଣାର ବର୍ଥା ଗାଁର ରିତିକ କୁମାର (୨୩)କୁ ପୋଲିସ ଗିରଫ କରିଥିଲା । ଉକ୍ତ ଗଞ୍ଜେଇର ମୂଲ୍ୟ ତିନି ଲକ୍ଷ ଟଙ୍କା । ତଦନ୍ତ ପରେ ଗିରଫ ରିତିକର ସୂଚନା ଆଧାରରେ ହରିୟାଣା ପୁଲିସର ୪ ଜଣିଆ ଟିମ ମୋହନାରେ ପହଞ୍ଚୁଥୁଲେ । ମୋହନା ଥାନା ପୁଲିସ ସହାୟତାରେ ପୁଇପଡ ଗାଁରେ ପହଞ୍ଚୁ ସୁବିତ୍‌କୁ ଗିରଫ ହରିଆଣା ପୁଲିସ କରିଛି । ସୁବିତ୍ ଗଞ୍ଜେଇ ନେଇ ଛତ୍ରପୁର ରେଳ ଷ୍ଟେସନକୁ ଯାଇଥିଲା । ସେଠାରୁ ରିତିକ ଗଞ୍ଜେଇ ନେଇ ହରିଆଣା ଯାଇଥିଲା ବୋଲି ହରିୟାଣା ପୁଲିସ ଏସଆଇ ବିନୋଦ କୁମାର କହିଛନ୍ତି । ଏହି ଚଢ଼ାଉରେ ହରିୟାଣା ପୁଲିସ ଏଏସଆଇ ଉପକାର ଓ ତାଙ୍କ ଟିମ୍ ସାମିଲ ଥିଲେ ।