Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁବଳୟା ହାଇ ସ୍କୁଲ ରେ ବିଶ୍ଵ ଜଳ ଦିବସ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା 5-T ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ଜଳ ଦିବସ ପାଳିତ ହୋଇଯାଇଛି I ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ସ୍ଵର୍ଣ୍ଣ ଲତା ବେହେରା ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ବିଦ୍ୟାଳୟ ଇକୋ କ୍ଲବ ମୁଖ୍ୟ ତଥା ଶିକ୍ଷୟତ୍ରୀ ସମ୍ପା ବିଶାଳ ସଭା ସଂଯୋଜନା କରିଥିଲେ l ଶିକ୍ଷକ ସଦାନନ୍ଦ ରଥ , ନବ କିଶୋର ପ୍ରଧାନ , ଅରୁଣ ସିଂହ , ସୁରେନ୍ଦ୍ର ପାଢୀ , ଚନ୍ଦ୍ରମଣି ବାଘ ପ୍ରମୁଖ ବକ୍ତବ୍ୟ ରଖିଥିଲେ I ଭୁପୃଷ୍ଠ ଜଳ ର ସଦ ବିନିଯୋଗ ତଥା ସୁପରିଚାଳନା ଉପରେ ମତାମତ ରଖିଥିଲେ I ଛାତ୍ରଛାତ୍ରୀ ମାନେ ନିଜ ନିଜ ଘରେ ତଥା ସମାଜରେ ଏ ନେଇ ସଚେତନତା ସୃଷ୍ଟି କରିବା ପାଇଁ ବକ୍ତା ମାନେ ପରାମର୍ଶ ଦେଇଥିଲେ I ଶିକ୍ଷୟିତ୍ରୀ ପ୍ରତିମା ବାଘ ସ୍ଵାଗତ ଭାଷଣ ଓ ଶିକ୍ଷକ ସିଦ୍ଧାର୍ଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ I