ଖଣ୍ଡହତା ରେ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ( ବାହାରିପଡା ) ଠାରେ ଦୋଳ ପୂର୍ଣ୍ଣିମା ଅବସରରେ ଅଷ୍ଟ ପ୍ରହର ନାମ ଯଜ୍ଞ ପାଇଁ ରବିବାର କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସକାଳୁ ନିକଟସ୍ଥ ଜୋର ଠାରେ ଗଙ୍ଗା ମାତାଙ୍କୁ ଆବାହନ କରି ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଜଳ ପୂର୍ଣ୍ଣ କଳସି ଧରି ଏକ ଆଧ୍ୟାତ୍ମିକ ପରିବେଶରେ ନଗର ପରିକ୍ରମା କରି ପୂଜା ମଣ୍ଡପ ରେ ସ୍ଥାପନ କରିଥିଲେ। ଏଥିରେ ପୂଜକ ହିମାଂଶୁ ଶତପଥୀ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଆଦିତ୍ୟ ପ୍ରଧାନ ଓ ଧର୍ମପତ୍ନୀ କର୍ତ୍ତା ଦାଇତ୍ୱ ତୁଲାଇଥିଲେ । ଏ ଉପଲକ୍ଷେ ନାମ ସଙ୍କୀର୍ତ୍ତନ ସୋମବାର ସକାଳ ଠାରୁ ଅଧିବାସ ଆରମ୍ଭ ହୋଇଥିଲା । ପୂର୍ଣ୍ଣାହୁତି ଦିନ ସୁନିତା ସାହୁ ଓ ଭାନୁମତି ସେଠୀ ମଧ୍ୟରେ ସଂକୀର୍ତ୍ତନ ବୈଠକ ଆୟୋଜିତ ହେବାର କମିଟି ପକ୍ଷରୁ ସୂଚନା ମିଳିଛି। ଏଥିରେ ଉଚ୍ଚେଶ୍ଵର ବାଘ , ରଙ୍କନିଧି ରଣା , ଶିବ ପ୍ରସାଦ ସାହୁ , ବିଦ୍ୟାଧର ଚୌଧୁରୀ ଓ ସୁଦାମ ସାହୁ ସହଯୋଗ କରିଥିବା ବେଳେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ।