Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିପିଲିମାରେ ସାପ୍ତାହିକ ମାର୍କେଟରେ ଅଷ୍ଟପ୍ରହରୀ ଅଖଣ୍ଡ ନାମଯଜ୍ଞ

ଚିପିଲିମା,ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ କରଡୋଳା ପଞ୍ଚାୟତ ଚିପିଲିମା ସାପ୍ତାହିକ ମାର୍କେଟ ରେ ମହାସମାରୋହ ମଧ୍ୟରେ ଅଷ୍ଟପ୍ରହରୀ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l କର୍ତ୍ତା ଭାବରେ ଅନିଲ କୁମାର ସାମଲ ଓ ତାଙ୍କ ସହଧର୍ମିଣୀ ପାର୍ବତୀ ସାମଲ ଦାୟିତ୍ୱ ତୁଲାଇଥିବାବେଳେ, ଗୁରୁବାର ଅପରାହ୍ନ ରେ ରୀତିନୀତି ରେ ମହାନଦୀରୁ କଳସ ବୁଡାଇ କଳସ ଶୋଭାଯାତ୍ରା ମାଧ୍ୟମରେ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା l ଶୁକ୍ରବାର ମଧ୍ୟାହ୍ନ ରେ ସମସ୍ତ ରୀତିନୀତି ରେ ଠାକୁରଙ୍କ ପୂଜାର୍ଚ୍ଚନା ପରେ “ହରେ କୃଷ୍ଣ ହରେ ରାମ “ମହାମନ୍ତ୍ର ଆରମ୍ଭ ହୋଇଥିଲା l ଆଖ ପାଖର ଭିଭିନ୍ନ ନିମନ୍ତ୍ରିତ ସଂକୀର୍ତନ ଦଳ ଯୋଗଦାନ କରିଥିବାବେଳେ, ମହାମନ୍ତ୍ର ରେ ଅଞ୍ଚଳ ମୁଖରିତ ହୋଇଥିଲା l ଶନିବାର ୨ଟାରେ ପୂର୍ଣ୍ଣାହୂତି ସମ୍ପନ୍ନ ହୋଇଥିବାବେଳେ,ନଗର ପରିକ୍ରମା ପରେ ଦଧି ଭାଣ୍ଡ ଭଞ୍ଜନ ହୋଇଥିଲା l ସମସ୍ତ ପୂଜା କାର୍ଯ୍ୟକୁ ପଣ୍ଡିତ ସାହିଲ ଦାସ ଓ ପଣ୍ଡିତ ସନ୍ତୋଷ ବିଶି ପରିଚାଳନା କରିଥିବାବେଳେ, ଜପକ ଭାବରେ ପ୍ରଦୀପ କୁମାର ନାୟକ, ସଞ୍ଜୟ ପୂଜାରୀ, ପଞ୍ଚାନନ ପଣ୍ଡା, ଚିତ୍ତରଞ୍ଜନ ପାଢ଼ୀ, ତପନ ନାୟକ,ଜନାର୍ଦ୍ଧନ ପଣ୍ଡା,ରାଜୀବ ଦାସ ଜପକାର୍ଯ୍ୟ ସମ୍ପାଦନ କରିଥିଲେ lପରେ ଉପସ୍ଥିତ ଶ୍ରଦ୍ଧାଳୁ ତଥା ଜନସାଧାରଣଙ୍କୁ ଅନ୍ନଭୋଗ ବଣ୍ଟନ କରାଯାଇଥିଲା l ସନ୍ଧ୍ୟାରେ ନିମନ୍ତ୍ରିତ ହିର୍ଲିପାଲୀ ଓ କୁର୍ଲା ଉଦଣ୍ଡ ସଂକୀର୍ତନ୍ୟ ଦଳ ମଧ୍ୟରେ ବୈଠୂକି ଅନୁଷ୍ଠିତ ହୋଇଥିଲା l ସଭାପତି ସଞ୍ଜୟ ପୂଜାରୀ, ସମ୍ପାଦକ ଗୋବିନ୍ଦା ମେହେର, କୋଷାଧକ୍ଷ ସୁକାନ୍ତ ନାୟକ, ଉମାଶଙ୍କର ପାଢ଼ୀ, ରାଜେଶ ପୂଜାରୀ, ସଂଜୀବ ଠାକୁର, ପ୍ରମୁଖଙ୍କ ତତ୍ୱାବଧାନରେ ଅନୁଷ୍ଠିତ ନମଯଜ୍ଞ ରେ ସମସ୍ତ ଚିପିଲିମାବାସୀ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ