Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରିବାରିକ କଲହରୁ ମାଟ୍ରିକ ଛାତ୍ରୀଙ୍କ ଆତ୍ମହତ୍ୟା

ଚିପିଲିମା,ସମ୍ବଲପୁର ବୁର୍ଲା ଥାନା ଚିପିଲିମା ଫାଣ୍ଡି ଅନ୍ତର୍ଗତ ରୁପାପାଲି ନୂଆପଡ଼ା ର ରାଜେଶ ଛତ୍ରିଆଙ୍କ ଦ୍ଵିତୀୟ ଝିଅ ତୁଳସୀ ଛତ୍ରିଆ ଗତକାଲି ଘରେ କୌଣସି ପାରିବାରିକ କଳହ ଯୋଗୁଁ ଘରେ ରଖାଯାଇଥିବା ଟାଇଲ ସଫେଇ ତରଳ ପଦାର୍ଥ ସେବନ କରି ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ବୁର୍ଲା ଭୀମସାର ମେଡିକାଲ କୁ ଚିକିତ୍ସା ପାଇଁ ନେଇଥିଲେ l ଚିକିତ୍ସାଧିନ ଅବସ୍ଥାରେ ରବିବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ରହିଛି l ସେ ଗଡ଼ମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିଲେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ l ସୋମବାର ଶବ ବ୍ୟବଛେଦ ପରେ ପୋଲିସ ପକ୍ଷରୁ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି l ଏପରି ଏକ ଦୁଖଃଦ ଘଟଣା ପାଇଁ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ