ବୀରମହାରାଜପୁର : (ସୌମିତ୍ରି ମେହେର)
କଳା ,ସସ୍କୃତି ର ମାଟି ହେଉଛି ଦେଶ୍ ଫାଲ୍ ଅଞ୍ଚଳ। ଏହି ଅଞ୍ଚଳ ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ର, ମା’ ମେଟାକାନୀ , ଚନ୍ଦ୍ରମଣି ମଠ , ମହାନଦୀ ଭିତରେ ଥିବା ଖଣ୍ଡିଆ ଦେଉଳ , ଗୋଧନେଶ୍ୱର ମନ୍ଦିର , ବଡ଼ଖମାର ର ବରାହ ପଦର ମଠ ଅଞ୍ଚଳର ପ୍ରାଚୀନ ପୀଠ ର ନିଦର୍ଶନ ଅଟେ। ଏହି ଅଞ୍ଚଳର ବାନ୍ଧ କଳା ଓ ସମ୍ବଲପୁରୀ ଶାଢ଼ୀ ବିଶ୍ଵ ବିଦିତ । ଏହି ଅଞ୍ଚଳ ପ୍ରମୁଖ ବ୍ୟକ୍ତି ବିଶେଷ କଳା , ସାହିତ୍ୟ କ୍ଷେତ୍ରରେ ବେଶ ପାରଦର୍ଶିତା ଲାଭ କରି ଦେଶଫାଲ ତଥା ରାଜ୍ୟ ଓ ଦେଶ ର କଳା ସଂସ୍କୃତି କୁ ବିଶ୍ଵ ରେ ପରିଚିତ କରିଛନ୍ତି । ଏହି ମାଟିର ପ୍ରମୁଖ ବ୍ୟକ୍ତି ବିଶେଷ ବିଭିନ୍ନ ପ୍ରଶାସନିକ କ୍ଷେତ୍ର ରେ ଦେଶ ର ସେବା କରି ଅଞ୍ଚଳକୁ ଗୌରବନ୍ଵିତ କରିଛନ୍ତି। ଅଞ୍ଚଳର କଳା , ସଂସ୍କୃତି ଓ ପରମ୍ପରା କୁ ଉଦଜିବୀତ କରିବାର ପ୍ରୟାସ କରିବା ସମସ୍ତ ଦେଶଫାଲବlସୀ ଙ୍କ କର୍ତ୍ତବ୍ୟ । ସରକାର ଅଞ୍ଚଳ ର କଳା , ସଂସ୍କୃତି , ପ୍ରାଚୀନ ପୀଠ , ମଠ , ମନ୍ଦିର ଓ ଅନ୍ୟାନ୍ୟ ଧର୍ମାନୁଷ୍ଠନ ର ରୁପନ୍ତରୀକରଣ କରିବା ସହିତ ଏହାର ଉନ୍ନତିକରଣ ଓ ସୁରକ୍ଷା ପ୍ରତି ଯତ୍ନବାନ ଅଛନ୍ତି। ଅଞ୍ଚଳର କଳା ଓ ସଂସ୍କୃତି ର ବିକାଶ ଯେ କୌଣସି ଅଞ୍ଚଳର ବିକାଶ ଓ ସମୃଦ୍ଧିର ପ୍ରତିଛବି। ଆମ ଅଞ୍ଚଳ ଏଭଳି କାର୍ଯ୍ୟକ୍ରମ କରି ଏହାର ପରିଚୟ ପ୍ରଦାନ କରୁଛି l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଧର୍ମଶାଳା ସ୍ଥିତ ଦୋଳ ମଣ୍ଡପ ପଡ଼ିଆରେ ଅନୁଷ୍ଠିତ ଲୋକ ଗୀତର ମହାପାର୍ବଣ ୫ମ ଦେଶଫାଲ ଲୋକ କଳା ମହୋତ୍ସବ ର ଉଦଯାପନୀ ଉତ୍ସବରେ ମଞ୍ଚାସିନ ଅତିଥିମାନେ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି।ଦେଶଫାଲ ଲୋକ କଳା ମହୋତ୍ସବ କମିଟିର ସଭାପତି ପଦ୍ମଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉଦଯାପନୀ ସନ୍ଧ୍ୟାର ସାଂସ୍କୃତିକ ସଭାରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି , ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ସ୍ଵତନ୍ତ୍ର ଅତିଥି ଓ ଉଲୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର , ବୀରମହାରାଜପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତି ଲୁହା , ମୁଣ୍ଡଘାଟ ସରପଞ୍ଚ କେଶନ ଜଗଦଲା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ। ଦେଶ୍ ଫାଲ୍ ଲୋକ କଳା ମହୋତ୍ସବ କମିଟିର ସମ୍ପାଦକ ଶ୍ରୀନିବାସ ଚାନ୍ଦ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସର ରେ ଅତିଥିମାନଙ୍କୁ ଉପଢୌକନ ଓ ସ୍ମୃତିଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।କେଶବ କୁମାର ଦାସ , ବୀରେନ ଜଗଦଲା , ବ୍ରହ୍ମା କୁମ୍ଭାର ଓ ସାଥି ଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି ଅବସର ରେ ପଦ୍ମଶ୍ରୀ ନୀଳ ମାଧବ ପଣ୍ଡା ଙ୍କୁ ଦେଶ୍ ଫାଲ୍ କଳା ସମ୍ମାନ ଓ ବୈକୁଣ୍ଠ ଶତପଥୀ ଙ୍କୁ ଦେଶ୍ ଫାଲ୍ କୃଷି ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଦେଶଫାଲ ମହୋତ୍ସବ କମିଟିର ସଦସ୍ୟ ଦ୍ଵିତିକୃଷ୍ଣ ପଣ୍ଡା ଓ ହୃଷୀକେଶ ଚାନ୍ଦ ମଞ୍ଚପରିଚାଳନା କରିଥିବା ବେଳେ ଧର୍ମ ନିରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପରେ ସମଲେଶ୍ଵରୀ ଓ ସୁରେଶ୍ଵରୀ ଭଜନ ରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ପରେ ପରେ ପରିବେଷଣ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ବରଗଡ଼ ର କଳାଜୀବୀ କଳାକାର ଙ୍କ ଦ୍ଵାରା ସମ୍ବଲପୁରୀ ଓ ଲୋକ ନୃତ୍ୟ , ସୋନପୁର ର ପତର ସହରା ସୁଆଙ୍ଗ ଅନୁଷ୍ଠାନ ଦ୍ଵାରା ପତର ସହରା ନୃତ୍ୟ , ବିନିକା ପ୍ରିୟମ୍ବଦା ଲୋକ ନୃତ୍ୟ କଳା ପରିଷଦ ର ଦୁଲାବିହା , ଲୋଇସିଂହା ସଙ୍ଗୀତ ସାଧନା ଶଙ୍କର ବେହେରା ଓ ଗ୍ରୁପ ଦ୍ଵାରା ଡାଲଖାଇ , ରସରକେଲି ନୃତ୍ୟ , ଜଟେସିଂହା (ବୀରମହାରାଜପୁର) କଳାକାର ଙ୍କ ଦ୍ଵାରା ନଚନିଆଁ ନୃତ୍ୟ , ସୋନପୁର ବିଣାକାର ସୁଆଙ୍ଗ ଅନୁଷ୍ଠାନ ର କଳାକାର ଙ୍କ ଦ୍ଵାରା ବୀଣାକାର ନୃତ୍ୟ ସମେତ ପାରଂପରିକ, ଲୋକନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ଆଦି କ୍ରମାନ୍ୱୟରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ପରିବେଷଣ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଲକ୍ଷ୍ମୀନାରାୟଣ ସାହୁ ଓ ଅବିନାଶ ହୋତା ସଂଯୋଜନା କରିଥିଲେ। ଏହା ଦେଖିବାକୁ ଅଞ୍ଚଳର ସହସ୍ରାଧିକ ଦର୍ଶକଙ୍କ ସମାଗମ ହୋଇଥିଲା। ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସହିତ ଚଟପଟି ଖାଦ୍ୟ ର ମଜା ମଧ୍ୟ ନେଇଥିଲେ। ଦେଶଫାଲ ଲୋକ କଳା ମହୋତ୍ସବ କମିଟି ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
ଧର୍ମଶାଳା ପଞ୍ଚମ ଦେଶଫାଲ୍ ଲୋକକଳା ମହୋତ୍ସବ ଉଦଯାପିତ
