Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅଦିନିଆ ବର୍ଷା ଓ କୁଆପଥର ମାଡରେ ବ୍ୟାପକ କ୍ଷତି ହେଲା କେନ୍ଦୁପତ୍ର

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା କେନ୍ଦୁପତ୍ର ବନାଞ୍ଚଳର କୋଟସମଲାଇ ସେକ୍ସନ ର ଛଅ ଗୋଟି କେନ୍ଦୁପତ୍ର ଫଡି ଅଂଚଳ ସମେତ ଉଲୁଣ୍ଡା ସେକସନ, ଜଗନ୍ନାଥପାଲି ସେକ୍ସନର ସମସ୍ତ ଫଡି ଅଞ୍ଚଳରେ ଅଦିନିଆ ବର୍ଷା ସହ ପ୍ରବଳ କରାମାଡ଼ ହେବା ଦ୍ୱାରା ବ୍ୟାପକ କଅଁଳ କେନ୍ଦୁପତ୍ର ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି l ଅଞ୍ଚଳରେ କେନ୍ଦୁପତ୍ର ସଂଗ୍ରହ କରି ଅଧିକାଂଶ ଲୋକ ଜୀବନ ଜିବିକା ନିର୍ବାହ କରୁଥିବା ବେଳେ ଏବର୍ଷ ଦାଉ ସାଜିଲା କୁଆ ପଥର ମାଡ଼ l ଚଳିତ ବର୍ଷ ଭଲ କେନ୍ଦୁପତ୍ର ସଂଗ୍ରହ ହେବା କଥା ପତ୍ର ତୋଳାଳୀ ମାନେ ଆଶା କରୁଥିବା ବେଳେ କୁଆପଥର ମାଡ଼ ହେବା ଦ୍ୱାରା ବ୍ୟାପକ କ୍ଷୟ କ୍ଷତି ହୋଇଥିବା ଦେଖିବାକୁ ମିଳିଛି l