ବିଜେଡିରେ ମିଶିଲେ ସୁରଙ୍କ ପୁଅ ମନ୍ମଥ ରାଉତରାୟ


ଭୁବନେଶ୍ୱର: ଆଶା ମୁତାବକ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବୁଧବାର ବିଜେପିରେ ମିଶିଛନ୍ତି । ରାଲିରେ ଶଙ୍ଖ ଭବନ ଆସି ବିଧିବଦ୍ଧ ବାବେ ବିଜେଡିରେ ଯୋଗ ଦେଇଛନ୍ତି ମନ୍ମଥ । ଏହା ପୂର୍ବରୁ ସୁରଙ୍କ ବଡ ପୁଅ କଂଗ୍ରେସରେ ମିଶିଥିଲେ ଏବଂ ଆଜି ସାନ ପୁଅ ବିଜେଡିରେ । ଏହି ସମୟରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ଅନ୍ୟ ବରିଷ୍ଠ ବିଜେଡି ନେତା ଉପସ୍ଥିତ ଥିଲେ ।

ବିଜେଡିରେ ମିଶିବା ପୂର୍ବରୁ ମନ୍ମଥ ଭୁବନେଶ୍ୱର ମାଉସୀ ମା ମନ୍ଦିର ଛକରୁ କର୍ମୀଙ୍କ ସହ ବିରାଟ ଶୋଭାଯାତ୍ରା କରି ଶଙ୍ଖ ଭବନ ଯାଇଥିଲେ । ସୁର ନିଜ ପୁଅର ଏହି ଶୋଭାଯାତ୍ରାରେ ସାମିଲ ହୋଇ ନ ଥିଲେ ହେଁ ପୁଅ ମନ୍ମଥଙ୍କୁ ଜିତାଇବା ପାଇଁ ନିଜ କର୍ମୀମାନଙ୍କୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ମନ୍ମଥ ଯେଉଁ ଦଳକୁ ଯାଉନା କାହିଁକି ସେ ମୋ ପୁଅ । ତାକୁ ଆମେ ନିର୍ବାଚନରେ ଜିତାଇବା ।

ବିଜେଡିରେ ସାମିଲ ହେବା ପୂର୍ବରୁ ମନ୍ମଥ ବାପା ସୁରଙ୍କ ଆଶୀର୍ବାଦ ନେଇଥିଲେ । ସେ କହିଛନ୍ତି ବାପା ସୁର ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରେରଣାରେ ଆଗକୁ ବଢିବି । ବିଜେଡିରେ ମିଶିବା ତାଙ୍କର ଏକାକୀ ନିଷ୍ପତି ନୁହେଁ । ଏହା ପରିବାରର ନିଷ୍ପତି ବ ବୋଲି ମନ୍ମଥ କହିଛନ୍ତି ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ମନ୍ମଥ ବିମାନର କ୍ୟାପଟେନ ଚାକିରି ଛାଡି ରାଜନୀତିରେ ପ୍ରବେଶ କରିବାର ସଙ୍କେତ ଦେଇଥିଲେ । ତେବେ ସେ କେଉଁ ଦଳକୁ ଯିବେ କହିଥିଲେ । କିନ୍ତୁ ପରବର୍ତୀ ସମୟରେ ସେ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ସୁର ମଧ୍ୟ ମନ୍ମଥଙ୍କୁ ନିଜର ଉତରାଧିକାରୀ ଘୋଷଣା କରିଥିଲେ ।