Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନ୍ୟ ଜାତିରେ ବିବାହ କରିଥିବାରୁ ବାପା ର ମୃତ ଦେହ କୁ ସଂସ୍କାର ପାଇଁ କୋଡ଼ିଏ ହଜାର ଟଙ୍କା ଦାବି କଲା ପୁଅ

ବୀରମହାରାଜପୁର : ( ସୌମିତ୍ରି ମେହେର ) ଦେଶ ସ୍ବାଧୀନତା ପ୍ରାପ୍ତିକୁ ସାତ ଦଶନ୍ଧି ବିତିଯାଇଛି। କିନ୍ତୁ ଆମ ସମାଜରୁ କୁସଂସ୍କାର ଯାଇନାହିଁ । ବାପାଙ୍କ ମୃତ୍ୟୁ ପରେ ଶବକୁ ଅନ୍ତିମ ସଂସ୍କାର କରିବା ପାଇଁ ଗ୍ରାମବାସୀଙ୍କୁ ପୁଅ ୨୦ ହଜାର ଟଙ୍କା ମାଗିଛି । ଯେଉଁ ଟଙ୍କାରେ ସେ ଜାତିଭାଇଙ୍କୁ ‌ଭୋଜିଭାତ ଦେଇ ଖୁସି କରାଇବ। କିନ୍ତୁ ଏହି ରାଶି ନମିଳିବାରୁ ସେ ବାପାଙ୍କ ମୃତଦେହକୁ ସ୍ପର୍ଶ କରିନାହିଁ। ଶେଷରେ ସମାଜସେବୀମାନେ ୮ ଘଣ୍ଟା ପରେ ଶବକୁ ଅନ୍ତିମ ସଂସ୍କାର କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ବହଳପଦର ପଞ୍ଚାୟତ ଅନ୍ତର୍ଗତ ଚିଙ୍ଗିରାନାଲି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ବ୍ୟକ୍ତି ହେଲେ ବେଦ ପଧାନ (୯୦)। ସୁବଳୟା ଥାନା ଅଧୀନ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବୁରୁବୁଡ଼ାର ବାସିନ୍ଦା ତଥା ୨ ପୁଅ ଓ ୨ ଝିଅର ବାପା ବେଦ ପଧାନ l ଚିଙ୍ଗିରାନାଲିର ସୁମିତ୍ରା ଚଉଲିଆ (୮୦)ଙ୍କୁ ପ୍ରାୟ ୪୦ ବର୍ଷ ପୂର୍ବରୁ ଦ୍ବିତୀୟ ବିବାହ କରିଥିଲେ । ସୁମିତ୍ରା ପୂର୍ବରୁ ପୂଜାରୀ ଚଉଲିଆ(୮୫)ଙ୍କୁ ପ୍ରଥମ ବିବାହ କରିଥିଲେ। ବେଦ ପଧାନଙ୍କୁ ସୁମିତ୍ରା ଦ୍ବିତୀୟ ବିବାହ କରିବା ପରେ ଉଭୟ ପରିବାରର ଲୋକେ ଅମଙ୍ଗ ହୋଇଥିଲେ ଏବଂ ସେମାନଙ୍କର ସହିତ ଆଉ ସଂପର୍କ ରଖି ନଥିଲେ। ଏପରିକି ସୁମିତ୍ରାଙ୍କ ମା’ଘର ଲୋକେ ସେହି ସମୟରେ ଶୁଦ୍ଧି ହୋଇଯାଇଥିଲେ I ତେବେ ଚିଙ୍ଗିରାନାଲି ଗାଁର ୨ ଜଣ ଭଦ୍ରବ୍ୟକ୍ତି ଋଷି ପଧାନଙ୍କୁ ତାଙ୍କ ବାପାଙ୍କ ମୃତଦେହ ଆଣି ଅନ୍ତିମ ସଂସ୍କାର କରିବାକୁ ନିବେଦନ କରିଥିଲେ। କିନ୍ତୁ ଋଷି ପଧାନ କହିଲେ- ବାପାଙ୍କ ଶବ ଅନ୍ତିମ ସଂସ୍କାର କଲେ ଜାତି-ଭାଇ ବାସନ୍ଦ କରିବେ। ସେଥିପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଯଦି ୨୦ ହଜାର ଟଙ୍କା ଦେବେ ତା’ହେଲେ ମୁଁ ବାପାଙ୍କ ମୃତଦେହ ନେଇ ଅନ୍ତିମ ସଂସ୍କାର କରିବି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ