Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ କାରୀ କୁ ଗିରଫ କଲା ତାମିଲନାଡୁ ପୁଲିସ

ଗୋପାଳପୁର,୨୭/୦୩
ଦୀର୍ଘ ମାସ ଧରି ଫେରାର ରହିଥିବା ଆନ୍ତଃ ରାଜ୍ୟ ଗଞ୍ଜେଇ ଚୋରା ଚାଲାଣ କାରୀ କୁ ଗୋଳନ୍ଥରା ପୁଲିସ ସହାୟତା ରେ ତାମିଲନାଡୁ ପୁଲିସ ଗିରଫ କରିଛି।ଗିରଫ ଅଭିଯୁକ୍ତ ଜଣଙ୍କ ଗୋଳନ୍ଥରା ଥାନା ଅନ୍ତର୍ଗତ ହନ୍ତଳୁ ଗ୍ରାମର କେ ହୃଷିକେଶ ରେଡ୍ଡୀ (୨୬ ) ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ଗିରଫ ହରିକୃଷ୍ଣ ଗଞ୍ଜେଇ ଚୋରା ଚାଲାଣ କରିବା ମାମଲାରେ ତାମିଲନାଡୁ ପୁଲିସ ଜିଲ୍ଲା ଅନ୍ତର୍ଗତ ଗୁମୁଡିପୁଣ୍ଡି ପୁଲିସ ଥାନାରେ ଏକ ମାମଲା ରୁଜୁ ହୋଇଥିଲା।ଏହା ପର‌ଠାରୁ ହୃଷୀକେଶ ଫେରାର ରହିଥିବା ବେଳେ ଗୋଳନ୍ଥରା ଥାନା ଇଲାକାରେ ରହୁଥିବା ପୁଲିସ ଜାଣିବାକୁ ପାଇଥିଲେ।ଏହା ନେଇ ଆଜି ତାମିଲନାଡୁ ରୁ ଆସିଥିବା ଏକ ପୁଲିସ ଟିମ୍ ସକାଳେ ଗୋଳନ୍ଥରା ଥାନା ରେ ପହଞ୍ଚି ଏ ଏସ ଆଇ କୃତିବାସ ନାୟକ ଓ ରାମଶଙ୍କର ବେହେରା ଙ୍କ ନେତୃତ୍ୱରେ ହୃଷିକେଶ ଙ୍କ ଘରେ ଚଢ଼ାଉ କରି ଗିରଫ କରିବା ସହ ତାମିଲନାଡୁ ପୁଲିସ କୁ ହସ୍ତାନ୍ତର କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ