ଗାଁ ମୁଖିଆଙ୍କୁ ସଂଘବଦ୍ଧ ଆକ୍ରମଣ ମାମଲାରେ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ।
        ଗୋପାଳପୁର,୨୭/୦୩
ଗୋଳନ୍ଥରା ଥାନା ଅଧୀନସ୍ଥ ତୁଳୁ ରାସ୍ତା ରେ ପାନାପଲ୍ଲି ଗାଁ ମୁଖିଆଙ୍କୁ ସଂଘବଦ୍ଧ  ଆକ୍ରମଣ ଘଟଣା ବୁଧବାର ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ପାନ୍ନପୁଲ୍ଲୀ ଗ୍ରାମର ପି. ନୀଳାମ୍ବର ରେଡି (୩୨) ଓ ରମ୍ଭା ଥାନା ଅଧିନସ୍ଥ କାର୍ତିକଡି ଗ୍ରାମ ଆର ବିନୋଦ ରେଡି (୩୬) ବୋଲି ପୋଲିସ ପ୍ରେସ ରିଲିଜ ରେ ସୂଚନା ଦେଇଛନ୍ତି l ସୂଚନା ଅନୁସାରେ ଏହି ଥାନା ଅଧିନସ୍ଥ ପାନାପୁଲ୍ଲୀ ଗ୍ରାମର ମୁଖିଆ ଟି ଜୟ ଜଗନ୍ନାଥ ରେଡି ଗତ ୧୦  ତାରିଖ ସକାଳେ ମଟର ସାଇକେଲ ଯୋଗେ ତୁଳୁ ରୁ ନିଜ  ଗ୍ରାମ କୁ ଫେରୁଥିବା ବେଳେ ସେହି ଗ୍ରାମର ନୀଳାମ୍ବର ଓ ତାଙ୍କ ଭିଣୋଇ ମିଶି ମଝି ରାସ୍ତାରେ ଅଟକାଇ ଲୁହା ରୋଡ଼ ଓ ହାମ୍ବର ରେ ସଂଘବଦ୍ଧ  ଭାବେ ଆକ୍ରମଣ କରିବା ସହ  ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।ଘଟଣା ପରେ  ସ୍ଥାନୀୟ ଲୋକ ଓ ପରିବାର ଲୋକ ଆହତ ଜୟକୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତିକରିଥିଲେ l ପରେ  ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା l ଏ ନେଇ ଗୋଳନ୍ଥରା ଥାନାରେ ଅପରାହ୍ନ ରେ ଜୟ ଏକ ଲିଖିତ ଅଭିଯୋଗ କରିଥିଲେ l ଏହା ନେଇ ଥାନା ରେ ୧୦୩/୨୪ ପ୍ରକାରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲେ l ଘଟଣା ପରଠାରୁ ଅଭିଯୁକ୍ତ ମାନେ ଫେରାର ଥିଲେ l ଖବର ପାଇ ଗୋଳନ୍ଥରା ଥାନା ପୋଲିସ  ବିଶାଖାପାଟଣା ଏକ ଅଂଚଳରେ ଚଡାଉ କରି ନୀଳାମ୍ବର ଓ ବିନୋଦକୁ ଧରିବାରେ ସକ୍ଷମ ହୋଇଥିଲେ l ବୁଧବାର ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି lଅନ୍ୟ ପଟେ ଗୋଳନ୍ଥରା ଥାନାରେ ୨୦୨୦  ମସିହାରେ ଗୋଟିଏ ମାମଲା ସହ ରମ୍ଭା ଥାନାରେ ବିନୋଦ ନାମରେ ଗୋଟିଏ ଲେଖାଁଏ ମାମଲା ରହିଛି ବୋଲି ପୋଲିସ କହିଛି l

                        