Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକ୍ରମ ଙ୍କ ପକ୍ଷରୁ ଗୋପାଳପୁର ନିର୍ବାଚନମଣ୍ଡଳୀ ରେ ଆରମ୍ଭ ହେଲା ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ର ଶୁଭାରମ୍ଭ।

ଗୋପାଳପୁର,୨୭/୦୩
ଗୋପାଳପୁର ନିର୍ବାଚନ ମଣ୍ଡଳୀ ରେ ବ୍ରହ୍ମପୁର ବିଧାୟକ ତଥା ଗୋପାଳପୁର ନିର୍ବାଚନମଣ୍ଡଳୀ ର‌ ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ଙ୍କ ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା।ଏହି ଅବସରରେ ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକ ଅଧିନସ୍ଥ
ଫୁଲଟା ପଞ୍ଚାୟତର ଖଜୁରିଆ ଗ୍ରାମରେ ନିଜେ ବିକ୍ରମ ଉପସ୍ଥିତ ରହି ଘର ସମ୍ମୁଖରେ ବିଜେଡି ଷ୍ଟିକର ଲଗାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପ୍ରଣୋଦିତ ସମାଜ ତଥା ଜନ କଲ୍ୟାଣକାରୀ ଯୋଜନା ଗୁଡିକ ବିଷୟରେ ବିସ୍ତୃତ ଭାବେ ବୁଝାଇ ସେଗୁଡ଼ିକର ସୁଦୂପଯୋଗ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ, ଆଗମୀ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ “ଶଙ୍ଖ ଚିହ୍ନରେ ଦୁଇଥର ସୁଇଚ ଟିପି..” ବିପୁଳ ସଂଖ୍ୟକ ତଥା ଏକ ଦୃଷ୍ଟାନ୍ତକାରୀ ଭୋଟରେ ଜୟଯୁକ୍ତ କରାଇ ଷଷ୍ଠ ଥର ପାଇଁ ପୁଣି ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ କରି ଇତିହାସ ରଚିବା ପାଇଁ ଅନୁରୋଧ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରାଜେଶ୍ବରୀ ଦୋରା, ବ୍ଲକ ଅଧ୍ୟକ୍ଷା ସିଏଚ ଉଷାରାଣୀ, ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ସ୍ଥାନୀୟ ବିଜେଡ଼ି ନେତୃବୃନ୍ଦ, ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories