Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ବିଜେପି ପକ୍ଷରୁ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦିପ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା।

ଗୋପାଳପୁର,୨୮/୦୩
ଗୋପାଳପୁର ବିଜେପି ପକ୍ଷରୁ ଗୋଳନ୍ଥରା ସ୍ଥିତ ଦଳୀୟ କାର୍ଯ୍ୟାଳୟ ପରିସରରେ ଦଳ ପକ୍ଷରୁ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭାବେ ଡ଼ ପ୍ରଦୀପ ପାଣିଗ୍ରାହୀ ଙ୍କୁ କର୍ମକର୍ତ୍ତା ଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ପରିଚାଳନା କରିଥିବା ବେଳେ ଡ଼ ପାଣିଗ୍ରାହୀ ଦଳରେ ଯୋଗଦେବା ପରେ ଦଳ ଗଞ୍ଜାମ ଜିଲ୍ଲା ରେ ସଶକ୍ତ ହେବା ସହ ଗଞ୍ଜାମ ଜିଲ୍ଲା ସମେତ ଓଡ଼ିଶାରେ ରେ ଧନ ଉତ୍ତମ ପ୍ରଦର୍ଶନ ସହ ଏଠାରେ ଡବଲ ଇଞିନ ସରକାର ଗଠନ ହେବ ବୋଲି ମତପୋଷଣ କରିଥିଲେ। ଅନ୍ୟ ପଟେ ଓଡ଼ିଶାକୁ ବିଜେଡି ଦଳ ୨୫ ବର୍ଷ ଶାସନ କରିବା ପରେ ଭି ଓଡ଼ିଶାର ଚିତ୍ର ବଦଳି ପାରିନାହିଁ, ଏଣୁ ଏଥର ଓଡ଼ିଶା ଲୋକେ ବିଜେଡି ର ଲେଖା ଛିଡିଇ ଦେବେ ବୋଲି କହିବା ସହ ୨୦୦୯ ରେ ରଙ୍ଗେଇଲୁଣ୍ଡା ବିମାନ ପଡିଆ ର ସମ୍ପ୍ରସାରଣ ନିମନ୍ତେ ତତ୍କାଳିନ ଜିଲ୍ଲାପାଳ ତଥା ବିଜେଡିର ପାଓ୍ବରାଫୁଲ ନେତା ଙ୍କ ଉପସ୍ଥିତି ରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିଲା। କିନ୍ତୁ ଆଜି ଯାଏଁ ଏହାର ଉନ୍ନତିକରଣ ହୋଇ ପାରିଲା ନାହିଁ।ଏହା ମଧ୍ୟରେ ରାଜ୍ୟ ର ଅନ୍ୟ ଜିଲ୍ଲା ମାନଙ୍କ ରେ ବିମାନ ବନ୍ଦର କାର୍ଯ୍ୟକ୍ଷମ ହୋଇ ପାରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ନିଜ ଜିଲ୍ଲା ରେ ତମ୍ବୁ ବିମାନ ବନ୍ଦର ନିର୍ମାଣ ହୋଇ ପାରିଛି ବୋଲି କଟାକ୍ଷ କରିଥିଲେ। ଏଣୁ ଆଗାମୀ ନିର୍ବାଚନ ରେ ଓଡ଼ିଶା ଲୋକେ ନିଶ୍ଚିତ ଭାବରେ ଲେଖା ଛିଡାଇ ଦେବେ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସଂପାଦକ ସାରଦା ପ୍ରସନ୍ନ ଶତପଥୀ, ଜିଲ୍ଲା ପ୍ରଭାରୀ ଅଶୋକ କୁମାର ମିଶ୍ର, ବ୍ରହ୍ମପୁର ଲୋକସଭା ପର୍ଯ୍ୟବେକ୍ଷକ ସରୋଜ କୁମାର ସାବତ,ରାଜେଶ ସାହୁ, ଗଙ୍ଗାଧର ଶତପଥୀ, ବନମାଳୀ ସେଠୀ ଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ।ଏହି ଅବସରରେ ବିଜେଡି କର୍ମୀ ଡି ଫକୀର, ସୁରେଶ ପାତ୍ର, ସ୍ବର୍ଣ୍ଣ କାନ୍ତି ପାଢ଼ୀ, ପୁରୁଷୋତ୍ତମ ନାୟକ,ଡି କୁଶ ପାତ୍ର, ପ୍ରଭାକର ନାୟକ,ଶରତ ହୋତା, ପ୍ରକାଶ ସାବତ ଙ୍କ ସମେତ ଶତାଧିକ କର୍ମୀ ବିଜେପି ରେ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories