ଗାୟତ୍ରୀ ଆବସିକ ଶିକ୍ଷା ନିକେତନ ର ବାର୍ଷିକ ଉତ୍ସବ ପାଳିତ


ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଗାୟତ୍ରୀ ଆବସିକ ଶିକ୍ଷା ନିକେତନ ର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଏକାଦଶୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗୋରେଖନାଥ ସାହୁ ମୁଖ୍ୟବକ୍ତାଭାବେ ମଞ୍ଚାସୀନ ଥିଲେ l ଅନ୍ୟତମ ଅତିଥିଭାବେ ବରିଷ୍ଠ ନାଗରିକ ସଂଗଠନ ର ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ ଏବଂ ଅବସରପ୍ରାପ୍ତ ଶିକ୍ଷକ କରୁଣାକର ଘଣ୍ଟୁଆ ଲ ଯୋଗ ଦେଇଥିଲେ I ଅତିଥିମାନେ ସଫଳତା ପାଇଁ ଶୃଙ୍ଖଳା ଓ ପରିଶ୍ରମ ଜରୁରି ବୋଲି ମତବ୍ୟକ୍ତ କରିଥିଲେ I ଏ ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ପୂରାତନ ଛାତ୍ର କ୍ରସ କୁଦେଇ , ଓମ୍ ପ୍ରକାଶ ସେଠ୍ , ପୁରାତନ ଛାତ୍ରୀ ଅମ୍ମି ଅମୃତେ ଶ୍ୱରୀ ଖମାରି ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଅନୁଷ୍ଠାନ ର ପ୍ରତିଷ୍ଠାତା ପଙ୍କଜ ଖମାରି ସଭା ପରିଚାଳନା କରିଥିଲେ I ଅଜୟ କୁମାର ଓ ପ୍ରାଣକୃଷ୍ଣ ଦାଶ ଙ୍କ ତତ୍ତ୍ଵାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ବିଦ୍ୟାଳୟର ଛାତ୍ରୀ ଆକଂକ୍ଷା ଅର୍ପିତା ପଧାନ ଓ ପ୍ରିୟଙ୍କା ସେଠ , ଶିକ୍ଷକ ଯୁଧିଷ୍ଠିର ଖମାରି, ରଣ ମୋହନ ଭୋଇ ସାଂସ୍କୃତିକ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ l ଗୋକୁଳା ପଟେଲ ଗାନ୍ଧି ବେଶରେ ସଜ୍ଜିତ ହୋଇ ବିଶେଷ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟି ଥିଲେ l ଏ ଅବସରରେ ଯୁଧିଷ୍ଠିର ଖମାରି ଙ୍କ ରଚିତ ଏବଂ ପରିଚାଳିତ କୋଶଳୀ ନାଟିକା ଉ କିଆ ପରିବେଷିତ ହୋଇଥିଲା l