Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜରିୱାଲ ଙ୍କ ଗିରଫ ପ୍ରତିବାଦରେ ଆମ୍ ଆଦମୀ ପାର୍ଟି ର ଧାରଣା

ବୀରମହାରାଜପୁର : (ସୌମିତ୍ରି ମେହେର)
ଦିଲ୍ଲୀ ର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଙ୍କ ଗିରଫ ପ୍ରତିବାଦରେ ଗୁରୁବାର ବୀରମହାରାଜପୁର ଆମ୍ ଆଦମୀ ପାର୍ଟି ପକ୍ଷରୁ ପ୍ରତିବାଦ କରି ଆମ୍ ଆଦମି ପାର୍ଟିର କର୍ମକର୍ତ୍ତା ପକ୍ଷରୁ ଧାରଣା ଦିଆଯାଇଥିଲା I ବୀରମହାରାଜପୁର ମୁଖ୍ୟ ଛକରେ ଆନ୍ଦୋଳନ କାରୀ ମାନେ ଅରବିନ୍ଦ୍ କେଜରିୱାଲ ଙ୍କ ଗିରଫ ବେଆଇନ ଓ ଅସମ୍ବିଧାନିକ ବୋଲି କହିବା ସହିତ ତୁରନ୍ତ ମୁକ୍ତ କରିବାକୁ ଦାବି କରିଥିଲେ l ଗୁରୁବାର ପୂର୍ବାହ୍ନ 10 ଟl ରୁ ଅପରାହ୍ନ 2 ଟl ପର୍ଯ୍ୟନ୍ତ ଧାରଣାରେ ବସି ଆନ୍ଦୋଳନ କରିଥିଲେ I ଆମ୍ ଆଦମୀ ପାର୍ଟି ର ଜିଲ୍ଲା ସଭାପତି ସୁରେଶ କଲତା ଙ୍କ ନେତୃତ୍ଵରେ ଉପସଭାପତି ପୃଥ୍ବୀରାଜ ଜଗଦଲl , ସମ୍ପାଦକ ରଞ୍ଜନ ବଗର୍ତି , ମାଧବ ମହାକୁର ଘନଶ୍ୟାମ ଭୋଇ, ସୁଦାମ କୂଅର ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ