ଭୁବନେଶ୍ୱର: ଆଜି ବିଜେପିକୁ ଗୋଟିଏ ପରେ ଗୋଟିଏ ଡବଲ ଝଟକା ଲାଗିଛି । ସାଲେପୁରର ପୂର୍ବତନ ବିଧାୟକ ପ୍ରଶାନ୍ତ ବେହେରା ଦଳ ଛାଡିବା ପରେ ଏବେ ନୀଳଗିରିର ବିଧାୟକ ସୁକାନ୍ତ କୁମାର ନାୟକ ବିଜେପିରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି । ତେବେ ସେ କାହିଁକି ଇସ୍ତଫା ଦେଲେ କିଛି ଉଲ୍ଲେଖ କରି ନାହାନ୍ତି ।
ସୁକାନ୍ତ ନାୟକ ୨୦୧୪ରେ ବିଜେଡି ଟିକେଟରେ ନିଳଗିରିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ୨୦୧୯ରେ ବିଜେଡି ଛାଡି ବିଜେପିରେ ମିଶିଥିଲେ । ଆଉ ବିଜେପି ଟିକେଟ ଏହି ଆସନରୁ ନିର୍ବାଚନ ଜିତିଥିଲେ । କିନ୍ତୁ ଆଜି କେଉଁ କାରଣ ପାଇଁ ବିଜେପି ଛାଡିଲା କିଛି ଉଲ୍ଲେଖ କରି ନାହାନ୍ତି । ସେ ବିଜେଡିରେ ଯୋଗ ଦେବେ କି ନାହିଁ ତାହା ମଧ୍ୟ ଜଣା ପଡିନି । ନିଜ ସମର୍ଥକଙ୍କ ସହ ଆଲୋଚନା କରିବା ପରେ ପରବର୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି ।
ତେବେ ସୁକାନ୍ତଙ୍କ ବିଜେଡିକୁ ଘର ବାହୁଡା ହେବା ନେଇ କୁହାଯାଉଛି । ବିଜେପି କାହିଁକି ଛାଡିଲେ ପବରର୍ତୀ ସମୟରେ କହିବେ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ତାଙ୍କ ପୂର୍ବରୁ ଆଜି କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା ବିଜେପି ଛାଡିଛନ୍ତି । ପୂର୍ବରୁ ସେ କଂଗ୍ରେସର ଥିଲେ । କିନ୍ତୁ ୨୦୧୯ରେ ବିଜେପିରେ ଯୋଗ ଦେଇ ନିର୍ବାଚନ ଲଢି ହାରିଥିଲେ । ତାଙ୍କର ମଧ୍ୟ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଚାଲିଛି ।