Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଅଚେତ ଅବସ୍ଥାରେ ପଡିଥିବା ଚାତକ ପକ୍ଷୀ ଉଦ୍ଧାର

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୋଟସମଲାଇ – ଖଜୁରିଆପାଲି ଚାନ୍ଦିଲି ସଂରକ୍ଷିତ ଜଙ୍ଗଲରେ କୌଣସି କାରଣରୁ ଆହତ ହୋଇ ଅଚେତ ଅବସ୍ଥାରେ ପଡ଼ିଥିବା ଏକ ବିରଳ ଚାତକ ପକ୍ଷୀକୁ ପ୍ରକୃତିପ୍ରେମୀ ସତ୍ୟଜିତ ଗଡୁଆ ଦେଖିଥିଲେ । ସେହି ଆହତ ପକ୍ଷୀକୁ ଦେଖିବା ମାତ୍ରେ ବିଳମ୍ବ ନକରି ଘରକୁ ଆଣି ଗ୍ଲୁକୋଜ ପାଣି ପିଆଇଥିଲେ । କିଛି ସମୟ ପରେ ପକ୍ଷୀଟି ସୁସ୍ଥ ଅନୁଭବ କଲାପରେ ପକ୍ଷୀ କୁ ଜଙ୍ଗଲ ମଧ୍ୟକୁ ନେଇ ଛାଡି ଉଡାଇ ଦେଇଥିଲେ l ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଗଲାଣି ଧୀରେ ଧୀରେ ସୂର୍ଯ୍ୟଙ୍କ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଲାଣି ଯଦି ବନ୍ୟପ୍ରାଣୀ କି ପକ୍ଷୀ ମାନଙ୍କର ଏଭଳି ଅସୁବିଧା କାହା ନଜରରେ ଆସେ ସୁରକ୍ଷା କରିବା ସହ ସବୁଜ ପରିବେଶ କୁ ନିଆଁ ଦାଉରୁ ରକ୍ଷା କରିବା ଆମରି ଦାୟିତ୍ୱ ବୋଲି ସତ୍ୟଜିତ ଜଣାଇଛନ୍ତି l ପ୍ରକୃତିପ୍ରେମୀ ସତ୍ୟଜିତଙ୍କ ଏଭଳି କାର୍ଯ୍ୟକୁ ଜନସାଧାରଣରେ ପ୍ରଶଂସା କରାଯାଉଅଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ