Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବହଲପଦର ପ୍ରଥମ ପ୍ରିମିଅର ଲିଗ୍ କ୍ରିକେଟ ଉଦଘାଟିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମ ଖେଳ ପଡ଼ିଆରେ ପ୍ରଥମ ବହଳପଦର ପ୍ରିମିଅର ଲିଗ୍ କ୍ରିକେଟ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ କ୍ରୀଡାବିତ ଲଳିତ ପ୍ରଧାନ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ। ଉଦଘାଟନୀ ମ୍ୟାଚ୍ ଟି ସୋଲାର ଷ୍ଟ୍ରାଇକାର ଓ କିଙ୍ଗ ଏକାଦଶ ମଧ୍ୟରେ ହୋଇଥିଲା । ଏଥିରେ ସୋଲାର ଷ୍ଟ୍ରାଇକର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୮ ଉଇକେଟ ହରାଇ ୭୬ ରନ କରିଥିଲା । ଦଳର ପ୍ରଣବ କିଶୋର ନନ୍ଦ ୧୫ ରନ ଓ ବାବାଜୀ ବେହେରା ୧୩ ରନ କରିଥିଲେ । ଜବାବରେ କିଙ୍ଗ ଏକାଦଶ ଦଳ ଆବଶ୍ୟକୀୟ ୭୮ ରନ କୁ ୬.୩ ଓଭର ରେ ୩ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇଥିଲା। ଦଳର ଲୁବନ୍ ୧୩ ବଲରୁ ୩୧ ରନ ଓ ସୁମନ ୯ ବଲରୁ ୧୮ ରନ କରିଥିଲେ।ଦ୍ଵିତୀୟ ମ୍ୟାଚ୍ ଟି କିଙ୍ଗ କୋବ୍ରା ଓ ନଟରାଜ ଫାଇଟର ମଧ୍ୟରେ ହୋଇଥିଲା । ଏଥିରେ କିଙ୍ଗ କୋବ୍ରା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ୯ ଉଇକେଟ ହରାଇ ୧୩୪ ରନ କରିଥିଲା। ଦଳର ମାଧବ ମହାକୁର ୨୨ ବଲରୁ ୫୨ ରନ ଓ ଦିନେଶ ମହାକୁର ୧୯ ରନ କରିଥିଲେ । ବିପକ୍ଷ ନଟରାଜ ଫାଇଟର ଦଳର ଦେବାଶିଷ ୨ ଟି ଓ ସୁବ୍ରତ ଧଳ ୩ ଟି ଉଇକେଟ ନେଇଥିଲେ । ଜବାବରେ ନଟରାଜ ଫାଇଟର ନିର୍ଦ୍ଧାରିତ ୧୦ ଓଭର ରେ ୯ ଉଇକେଟ ହରାଇ ୧୨୭ ରନ କରି ପରାସ୍ତ ହୋଇଥିଲା। ଦଳର ସୁବ୍ରତ ଧଳ ୮୬ ରନ କରିଥିଲେ। ବିପକ୍ଷ ବଶିଷ୍ଠ ସେଠୀ ୪ ଟି ଉଇକେଟ ନେଇଥିଲେ। ତୃତୀୟ ମ୍ୟାଚ୍ ଟି ୟଙ୍ଗ ଫାଇଟର ଓ ଟାଇଗର ଏକାଦଶ ମଧ୍ୟରେ ହୋଇଥିଲା । ଏଥିରେ ୟଙ୍ଗ ଫାଇଟ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୯ ୱିକେଟ ହରାଇ ୧୨୪ ରନ କରିଥିଲା। ଦଳର ଡେନି ଗୋପାଳ ମାଝୀ ୪୬ ରନ ଓ ରାକେଶ ପଧାନ ୪୦ ରନ କରିଥିଲେ। ବିପକ୍ଷ ଟାଇଗର ଏକାଦଶ ୯.୫ ଓଭର ରେ ସମସ୍ତ ଉଇକେଟ ହରାଇ ୧୧୮ ରନ କରି ପରାସ୍ତ ହୋଇଥିଲା । ଦଳର ସରୋଜ ସେଠୀ ୨୮ ରନ ଓ ଆଶିଷ ଜଗଦଲା ୪୦ ରନ କରିଥିଲେ। ବିପକ୍ଷ ଡେନି ଗୋପାଳ ମାଝୀ ୨ ଟି ଉଇକେଟ ନେଇଥିଲେ । ସନତ ପଧାନ,ନନ୍ଦୀ ଖୁରା,ବିଶ୍ଵାମିତ୍ର ସେଠୀ ଓ ରାକେଶ ପ୍ରଧାନ ଅମ୍ପାୟର ଭାବେ ଖେଳ ପରିଚାଳନା କରିଥିବା ବେଳେ ଦୀପକ ସାହୁ ଓ ମାନସ ନନ୍ଦ ସ୍କୋରିଂ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ