ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ରେ ବିଜେପି ରଘୁନାଥ ଜଗଦଲl ଙ୍କୁ ପ୍ରାର୍ଥୀ କରି ଥିବାରୁ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀ ରେ ଭାରତୀୟ ଜନତାପାର୍ଟି ତରଫରୁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ କଂଗ୍ରେସ , ବିଜେଡି କିମ୍ବା ଅନ୍ୟ କୌଣସି ଦଳରୁ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ଙ୍କ ନାମ ଘୋଷଣା କରାଯାଇ ନାହିଁ I ଏଠାରୁ ବିଜେପି ପୁଣିଥରେ ରଘୁନାଥ ଜଗଦଲl ଙ୍କ ଉପରେ ଭରସା କରିଛି l ସେ 2019 ରେ ଦଳୀୟ ପ୍ରାର୍ଥୀ ହୋଇ 52,145 ଖଣ୍ଡ ଭୋଟ ପାଇ ବିଜେଡି ଠାରୁ କମ୍ ଭୋଟରେ ପରାସ୍ତ ହୋଇଥିଲେ I ଏହି ନିର୍ବାଚନମଣ୍ଡଳୀ ଅଧିନରେ ବୀରମହାରାଜପୁର , ଉଲୁଣ୍ଡା ଓ ବିନିକା ବ୍ଲକ ସହିତ ବିନିକା ଏନ୍ ଏ ସି ରହିଛି I ଶ୍ରୀ ଜଗଦଲା ଙ୍କୁ ବିଜେପି ଦଳ ପକ୍ଷରୁ ପୁନର୍ବାର ପ୍ରାର୍ଥୀ ଦେଇଥିବାରୁ ଦଳୀୟ କର୍ମୀଙ୍କ ମନରେ ଉତ୍ସାହ ଦେଖାଦେଇଛି I ଏହି ଅଞ୍ଚଳ ଟି ସ୍ୱାସ୍ଥ୍ୟ , ଶିକ୍ଷା , ଗମନାଗମନ , ଜଳସେଚନ , ବିଦ୍ୟୁତ ସେବା ଆଦି ସବୁ କ୍ଷେତ୍ରରେ ଅବହେଳିତ ହୋଇ ପଡିଛି l ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆଶିର୍ବାଦ ମୋ ଉପରେ ରହିଛି I ଏହି ନିର୍ବାଚନମଣ୍ଡଳୀ ର ପ୍ରିୟ ଭୋଟର ମାନେ ଆଶିର୍ବାଦ କଲେ ଆଗାମି ଦିନରେ ସବୁ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିବି ବୋଲି ଶ୍ରୀ ଜଗଦଲl ପ୍ରକାଶ କରିଛନ୍ତି I