ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ସିଦ୍ଧାନ୍ତ ମହାପାତ୍ରଙ୍କ କଡା ସମାଲୋଚନା । ବିଜେପି ନେତା ତଥା ଦିଗପହଣ୍ଡି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ଉତ୍କଳ ଦିବସ ପାଳନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଭାଷା ତୀର ମାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଯିବା ସମୟ ହେଲାଣି, ତେଣୁ ସେ ନିଜ ପ୍ରତିନିଧି ପଠାଇଛନ୍ତି ବୋଲି ସିଦ୍ଧାନ୍ତ କହିଛନ୍ତି ।
ସେ କହିଛନ୍ତି ଏତେ ବର୍ଷ ଧରି ଓଡିଶାବାସୀ ଯେଉଁ ଛାମୁଙ୍କୁ ନିର୍ବାଚିତ କରି ଆସନରେ ବସାଇଲେ, ଏବେ ବି କିଛି କହିବାକୁ ହେଲେ ସେ ରୋମାନ ଇଂରାଜୀ ଲେଖାର ସାହାୟତା ନେଉଛନ୍ତି । ଯାହାକି ପ୍ରତ୍ୟେକ ଓଡ଼ିଆ ବାସୀଙ୍କୁ କଷ୍ଟ ଓ ଆଘାତ ଦେଇଛି। ସିଦ୍ଧାନ୍ତ କହିଛନ୍ତି, ଭାଷା ସମ୍ମିଳନୀ ଆୟୋଜନ କଲେ ଉକ୍ତ କାର୍ଯ୍ୟକ୍ରମକୁ ଯିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ସମୟ ହେଲାନି । ସେ ନିଜ ପ୍ରତିନିଧିଙ୍କୁ ସେଠାକୁ ପଠାଇଦେଲେ। ନୀଳବର୍ଣ୍ଣ ଶୃଗାଳ ରୂପୀ ଉକ୍ତ ପ୍ରତିନିଧିଙ୍କୁ କାହିଁକି ପଠାଇଲେ ମୁଖ୍ୟମନ୍ତ୍ରୀ ବୋଲି ସେ ପ୍ରଶ୍ନ କରିଛନ୍ତି। ନୀଳବର୍ଣ୍ଣ ଶୃଗାଳ ରୂପୀ ଉକ୍ତ ପ୍ରତିନିଧିଙ୍କୁ କାହିଁକି ପଠାଇଲେ ମୁଖ୍ୟମନ୍ତ୍ରୀ ।
ଭାଷା ସମ୍ମିଳନୀ ଆୟୋଜନ କଲେ । ହେଲେ ବରପୁତ୍ରଙ୍କ ନାଁ ଠିକରେ ବି ନେଲେନି । ସଂଯୋଜକ ଭାବେ ଅଣଓଡିଆଙ୍କୁ ଦାୟିତ୍ୱ ଦେବା କି ଭାଷା ପ୍ରୀତି । କାନ୍ତ କବିଙ୍କୁ କଣ୍ଠ କବି କହି ଉପହାସ କଲେ ରାଜ୍ୟ ସରକାର । ଓଡିଆ ଭାଷା ଓ ଅସ୍ମିତା ଉପରେ ବିପଦ ଆସିଲେ ବିଜେପି ସ୍ୱର ଶାଣିତ କରିବ ବୋଲି ସିଦ୍ଧାନ୍ତ କହିଛନ୍ତି । ।
ଭୃଗୁ ବକ୍ସିପାତ୍ରଙ୍କ ଇସ୍ତଫା ପ୍ରସଙ୍ଗରେ ସିଦ୍ଧାନ୍ତ ମନ୍ତବ୍ୟ ରଖିଛନ୍ତି । ବିଶ୍ୱାସ ଘାତକତା କିଏ କରୁଛି ବୋଲି ସିଦ୍ଧାନ୍ତ ପ୍ରଶ୍ନ କରିଛନ୍ତି । ମୁଁ ଦଳ ଛାଡିବା ବେଳେ ମୋତେ କହିଲେ ମୁଁ ବିଶ୍ୱାସ ଘାତକତା କରିଛି । ଏବେ ଏହି ଦଳକୁ ବିଶ୍ୱାସ ଘାତକତା କରିଥିବା ଲୋକଙ୍କୁ ବିଜେଡି ଆପଣାଉଛି । ଗଞ୍ଜାମରେ ବି ସେ ନେତାଙ୍କ ଗ୍ରହଣୀୟତା ସମସ୍ତେ ଜାଣିଛନ୍ତି । ତାଙ୍କ ଇସ୍ତଫା ନେଇ କିଛି ପ୍ରଭାବ ପଡିବନି ବୋଲି ସିଦ୍ଧାନ୍ତ କହିଛନ୍ତି ।
ସୂଚନାଯୋଗ୍ୟ, ଭୃଗୁ ବକ୍ସିପାତ୍ର ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ଭୃଗୁଙ୍କ ବିଜେଡିରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।