ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା, ମିଶ୍ରଣ ପର୍ବରେ ପ୍ରତିଦ୍ୱନ୍ଦ୍ୱୀ ବିଧାୟକ ବି ଉପସ୍ଥିତ


ଭୁବନେଶ୍ୱର: ବିଜେଡିରେ ମିଶିଲେ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ ବିଜେଡିର ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ସମୟରେ ସାଂସଦ ମାନଓ ମଙ୍ଗରାଜ, ଅତନୁ ସବ୍ୟସାଚୀ ଉପସ୍ଥିତ ଥିଲେ । ଏପରିକି ମିଶ୍ରଣ ପର୍ବରେ ପ୍ରତିଦ୍ୱନ୍ଦ୍ୱୀ ତଥା ବିଧାୟକ ପ୍ରଶାନ୍ତ ବେହେରା ମଧ୍ୟ ଉପସ୍ଥିତ ଥିଲେ । ୨ ଦିନ ତଳେ ବିଜେପିରୁ ଇସ୍ତଫା ଦେଇଥିଲେ ପ୍ରକାଶ ବେହେରା ।

ସୂଚନାଯୋଗ୍ୟ, ପ୍ରକାଶ ଚନ୍ଦ୍ର ବେହେରା ୨୦୧୯ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ । ଉକ୍ତ ନିର୍ବାଚନରେ ସେ ବିଜେପି ଟିକେଟରେ ସାଲେପୁର ବିଧାନସଭା ନିର୍ବାଚନ ଲଢିଥିଲେ । କିନ୍ତୁ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ଠାରୁ ପରାସ୍ତ ହୋଇଥିଲେ । ୨୦୧୪ରେ ସେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ବିଜୟ ହାସଲ କରିଥିଲେ । ଆଉ ୨୦୨୪ ନିର୍ବାଚନରେ ସେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି ।

ହେଲେ ଦଳ ତାଙ୍କୁ କେଉଁ ଆସନରୁ ସିଟ୍ ଦେଉଛି ତାହା ବଡ ବିଷୟ । କାରଣ ସାଲେପୁରରେ ବର୍ତମାନ ବିଧାୟକ ଅଛନ୍ତି ପ୍ରଶାନ୍ତ ବେହେରା । ତାଙ୍କ ଟିକେଟ୍ କାଟି ପ୍ରକାଶଙ୍କୁ ଦେବା ଦଳ ପାଇଁ ଆତ୍ମଘାତୀ ସାବ୍ୟସ୍ତ ହୋଇପାରେ । ଏବେ ଦେଖିବାକୁ ବାକି ରହିଲା କେଉଁ ସମୀକରଣ ଆଧାରରେ ଦଳ କାହାକୁ କେଉଁ ଆସନରୁ ପ୍ରାର୍ଥୀ ଖରୁଛି ।