Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରେଙ୍ଗାଲି ୧୬ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଉଦଯାପିତ

ଝାରସୁଗୁଡା ୩/୪ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲି ଗ୍ରାମରେ ଅନୁଷ୍ଠିତ ୧୬ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଭକ୍ତିମୟ ପରିବେଶ ମଧ୍ୟରେ ଉଦଯାପିତ ହୋଇ ଯାଇଛି । ଚୈତ୍ର କୃଷ୍ଣପକ୍ଷ ଚତୁର୍ଥୀ ଶୁକ୍ରବାର ସନ୍ଧ୍ୟାରେ ଶୁଭ ଅଧିବାସ, କଳସ ଯାତ୍ରା ହୋଇଥିବା ବେଳେ ଶନିବାର ସକାଳ ୯ ଟାରୁ ନାମାରମ୍ଭ ହୋଇ ଦିବାରାତ୍ର ମହାମନ୍ତ୍ର ନାମ ଜପନ ପରେ ଚୈତ୍ର କୃଷ୍ଣପକ୍ଷ ସପ୍ତମୀ ସୋମବାର ସକାଳ ୧୦ ଟାରେ ନାମ ସମାପନ,ନଗର ଭ୍ରମଣ ପରେ ଅପରାହ୍ନ ୪ଟା ସମୟରେ ହୋମ, ଘୃତଆହୁତି, ପୂର୍ଣ୍ଣାହୁତି, ପୁଷ୍ପାଞ୍ଜଳି, ଦଧିଭାଣ୍ଡ ଭଞ୍ଜନ ଆଦି ପୂଜାର୍ଚ୍ଚନା ପରେ ସମସ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରା ଯାଇଥିଲା । ଆଖପାଖ ଗ୍ରାମରୁ ବହୁ ଲୋକଙ୍କ ସମାଗମ ହୋଇଥିଲା ।
ଉକ୍ତ ନାମଯଜ୍ଞରେ ରବୀରତ୍ନ ପଧାନ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ବିନୋଦ ସାହୁ,ଡୋଳାମଣି ବିଶି,ବଳରାମ କାଲୋ, ଜଗନ୍ନାଥ ସାହୁ, ଜୟରାମ ସା, ନାରାୟଣ ବିଶି ଷଡ଼ ବୈଷ୍ଣବ ଭାବେ ଯଜ୍ଞ କାର୍ଯ୍ୟରେ ସହଯୋଗ କରିଥିଲେ । ପଣ୍ଡିତ ଜୟ ପ୍ରକାଶ ମହାପାତ୍ର ଓ ପଣ୍ଡିତ ସଂଜୀବ କୁମାର ନନ୍ଦେ ପୁଜାକାର୍ଯ୍ୟ ସମ୍ପାଦନ କରିଥିଲେ । କୀର୍ତ୍ତନ ମଣ୍ଡଳୀ ମାନଙ୍କ ମଧ୍ୟରେ ଝାରସୁଗୁଡା ଏଚ କଟାପାଲି, ବରଗଡ଼ ଜିଲ୍ଲା ଗୋବିନ୍ଦପୁର, ବିଜାପାଲି, ପଞ୍ଚଗାଁ, ଡୁମେରଢ଼ିପା, ସୁକୁଳପାଳୁ, ନୂଆଡିହି, ଝାରୁପଡ଼ା, ଦେଓପାଲି,ବରଗଡ଼ ଜିଲ୍ଲାର ଗୋବିନ୍ଦପୁର, ସୁନ୍ଦରଗଡ ଜିଲ୍ଲା ଲିପସପାଲି ଏବଂ ଛତିଶଗଡ଼ ବେଲେରିଆ ଓ ପତ୍ରାପାଲି ପଞ୍ଚସଖା କୀର୍ତ୍ତନ ମଣ୍ଡଳୀ ନଗର ଭ୍ରମଣ କରିବା ସହ ଦଧିଭାଣ୍ଡ ଭଞ୍ଜନ କରିଥିଲେ ।
ଏହି ଅବସରରେ ବିଧାୟିକା ଅଳକା ମହାନ୍ତି,ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ, ଲଖନପୁର ବ୍ଲକ ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ,ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ, ଆଇନଜୀବୀ ବିଶ୍ୱନାଥ ନାୟକ,ପଞ୍ଚଗାଁ ସରପଞ୍ଚ ମୁକେଶ ବାରିକ ଓ ସମିତି ସଭ୍ୟ ରୋହିତ ଧୁରୁଆ,ଅତାବିରା ସରପଞ୍ଚ ସଞ୍ଜିତ ପଧାନ,ଜାମଗାଁ ସରପଞ୍ଚ ଗୋପୀନାଥ ସାଏ, ମଚିଦା ସରପଞ୍ଚ ସଂଯୁକ୍ତା ବେହେରା,ଯୁବନେତା ସୁଜିତ ସିଂ ପ୍ରମୂଖ ନିମନ୍ତ୍ରିତ ଅତିଥି ଭାବେ ଯୋଗଦାନ କରିଥିଲେ ।
ରେଙ୍ଗାଲି ନାମଯଜ୍ଞ ପରିଚାଳନା କମିଟି ସଦସ୍ୟ ମାନଙ୍କ ମଧ୍ୟରେ ନେପାଳ ସାହୁ,ଠାକୁର ରାମ ସାହୁ, ଯୁଧିଷ୍ଠିର ମହାପାତ୍ର, ଲାଲ ସାହେବ ପଧାନ, ଖାଣ୍ଟି ରାମ ବିଶି, ମୀନକେତନ ପଧାନ, ଜୟରାମ ସା, ଲଳିତ ମୋହନ ମହାପାତ୍ର, ଥଣ୍ଡାରାମ ପଧାନ, ଶତ୍ରୁଘ୍ନ ରଣା, ମହେନ୍ଦ୍ର ସାହୁ, ଲଳିତ ରଣା,ହୃଷିକେଶ ବିଶିଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

More Stories