Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ଘୋଷିତ ବିଧାୟକ ପ୍ରାର୍ଥୀ ନାଉରୀ ଓ ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ରଙ୍କ ସଫଳତା କାମନା ନେଇ ପୂଜାର୍ଚ୍ଚନା, ମିଠା ବାଣ୍ଟି ମନାଇଲେ ଖୁସି

ଚିପିଲିମା, ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତ୍ରିସ୍ତରୀୟ ଲଢେଇ ହେବାକୁ ଥିବାବେଳେ କୌଣସି ଦଳ ପ୍ରାର୍ଥୀ ଘୋଷଣା କରିନଥିବାବେଳେ, ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ପାଇଁ ବିଜେପି ପକ୍ଷରୁ ପୁଣି ଥରେ ନାଉରୀ ନାଏକଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରିଛି l ସେହିପରି ସମ୍ବଲପୁର ଲୋକସଭା ପ୍ରାର୍ଥୀ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ ଭାବେ ବିଜେପି ଘୋଷଣା କରିଛି l ଏନେଇ ସ୍ଥାନୀୟ କର୍ମୀ ମହଲରେ ଖୁସିର ଲହରୀ ଖେଳି ଯାଇଛି l ଏହି ଅବସରରେ ଉଭୟ ପ୍ରାର୍ଥୀଙ୍କ ସଫଳ କାମନା ଗୋଶାଳା ଛକସ୍ଥିତ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l ପୂଜାର୍ଚ୍ଚନା ସମୟରେ ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଂଯୁକ୍ତା ପ୍ରଧାନ, କଳାମାଟି ସରପଞ୍ଚ ଡ଼. ସୁଷମା ସାହୁ, ମୁରଲୀ ଛୁରିଆ, କ୍ଷୀରେଶ୍ୱର ପ୍ରଧାନ, ରାଜୀବ ମିଶ୍ର, କରଡୋଳା ପୂର୍ବତନ ସରପଞ୍ଚ ବିଶ୍ଵବନ୍ଦ୍ୟା ବଢ଼େଇ,ସୁରେଶ ଛନ୍ଦ ପ୍ରମୁଖ ଦଳୀୟ କର୍ମୀ ଉପସ୍ଥିତ ଥିଲେ l