Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ରେ ତରଭୁଜ ପାଇଁ ବଜାର ବ୍ୟବସ୍ଥା ନ ଥିବାରୁ ଲାଭ ଉଠାଇଛନ୍ତି ବେପାରୀ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ରେ ତରଭୂଜ ଚାଷୀ ଙ୍କ ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥା ଅଭାବରୁ ଚାଷୀ ଆଶାନୁରୂପ ଲାଭ ପାଇପାରୁ ନାହିଁ। ପରିସ୍ଥିତି ର ସୁଯୋଗ ନେଇ ବେପାରୀ ମାନେ ଚାଷୀଙ୍କ ଠାରୁ ସ୍ବଳ୍ପ ଦରରେ ତରଭୂଜ କିଣିବା ସହ କିଣା ମୂଲ୍ୟ ଠାରୁ ଦୁଇଗୁଣ ଅଧିକ ଦରରେ ବିଭିନ୍ନ ସ୍ଥାନରେ ବିକ୍ରି କରି ଲାଭବାନ ହେଉଛନ୍ତି । ଏଠାରେ ଗତ ୮-୧୦ ବର୍ଷ ହେଲା ଏହି ପ୍ରକିୟା ଚଳି ଆସିଥିବା ବେଳେ ଚାଷୀର ସ୍ବାର୍ଥ ରକ୍ଷା ଲାଗି ସରକାରୀ ଭାବେ କିଛି କୌଣସି ବିହିତ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଏଥିପାଇଁ ବାରମ୍ବାର ଚାଷୀ ଙ୍କ ପକ୍ଷରୁ ଦାବି ହେଉଥିଲେ ମଧ୍ୟ ଶୁଣିବାକୁ କେହି ନାହିଁ । ବୀରମହାରାଜପୁର ଉପଖଣ୍ଡ ଦେଇ ପ୍ରବାହିତ ହରିହର ଯୋରର ଉଭୟ ପାର୍ଶ୍ୱରେ ତଥା ଅନ୍ୟାନ୍ୟ ସ୍ଥାନରେ ସହସ୍ରାଧିକ ହେକ୍ଟର ଜମିରେ ତରଭୁଜ ଚାଷ କରାଯାଉଛି । ‌ ଚଳିତ ବର୍ଷ ମଧ୍ୟ ବୀରମହାରାଜପୁର ବ୍ଲକ ର ସୁବଳୟା ,  ଅଚ୍ଚଣ୍ଡା , ନୂଆଗଡ , ବାଗବର , ହିଲୁଙ୍ଗ , କୃଷ୍ଣପାଲି , ଲୁଚାବନ୍ଧ , ଦୁହୁଲ ପାଲି , ଘଣ୍ଟପାଲି , ତେନ୍ତୁଳିମହଦା , କେଶଲପୁରା , ପଥରଘାଟ , ଝାରକୁମୁଣ୍ଡା , ରାଣୀପୁର , ବାଗବର , ଫୁଲଚରା , ନୂଆଁପଡା ଆଦି ଗ୍ରାମରେ ଅନେକ ଚାଷୀ ତରଭୁଜ ଚାଷ କରିଛନ୍ତି। ସାଧାରଣତଃ ଆଟ କିସମର ଜମିରେ ପାଣି ମୋଟର ସାହାଯ୍ୟରେ ଯୋର ଓ କୂଅରୁ  ପାଣି ମଡେଇ  ଏହି ଚାଷ କରାଯାଉଛି । ଏଥିପାଇଁ ଜାନୁଆରୀ ମାସ ଠାରୁ  ପ୍ରସ୍ତୁତି ହେବାକୁ ପଡେ । ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସାମାନ୍ୟ ବୈଷୟିକ ପରାମର୍ଶ ବ୍ୟତୀତ ଚାଷୀଙ୍କୁ ଅନ୍ୟ ରକମର ପ୍ରୋତ୍ସାହନ ମିଳି ନ ଥିଲେ ସୁଦ୍ଧା ତରଭୁଜ ଚାଷ ପ୍ରତି ରହିଥିବା ସେମାନଙ୍କ ଆଗ୍ରହ ଉଣା ହୋଇ ନାହିଁ । କୃଷି ବିଭାଗ ପକ୍ଷରୁ ଚାଷୀ ମାନେ ଗୋଷ୍ଠୀଗତ ଭାବେ ତରଭୁଜ ବିକ୍ରି କଲେ ଆବଶ୍ୟକ ବଜାର ବ୍ୟବସ୍ଥା କରାଯାଇପାରିବ ବୋଲି କୁହାଯାଉଥିଲେ ହେଁ ଏଠାରେ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ କିଛି ବି ଉଦ୍ୟମ ହେlଇଥିବା ଜଣାପଡିନାହିଁ। ଏଠାରେ ତରଭୁଜ ଚାଷୀ ଙ୍କ ସ୍ୱାର୍ଥ ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ