Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀ ଙ୍କ ନିକଟ କୁ ଯାଇ ଦଳର ଉନ୍ନତି ସକାଶେ ଓ ନିଜର ବିଜୟ କାମନା ପୂରଣ ପାଇଁ ଆଶିର୍ବାଦ ନେଲି

କଳାହାଣ୍ଡି, ୦୬/୦୪ ଓଡିଶା ନ୍ୟୁଜ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲାର ଲୋକସଭା ଆସନରେ ପ୍ରତିଦ୍ବନ୍ଦିତା କରିବା ପାଇଁ କଂଗ୍ରେସ ଦଳ ପକ୍ଷରୁ ଥୁଆମୂଳ ରାମପୁର ବ୍ଳକର ଆଦିବାସୀ ନେତ୍ରୀ ଦ୍ରୌପଦୀ ମାଝୀ ଙ୍କୁ ଟିକେଟ ଦେଇଥିବା ଯୋଗୁଁ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ଏଭଳି ପରିସ୍ଥିତିରେ ଶ୍ରୀମତୀ ମାଝୀ ଜଣେ ଆଦିବାସୀ ମହିଳା ଭାବେ ଛିଡ଼ା ହୋଇଥିବାରୁ ନିର୍ବାଚନ ବେଶ୍ ରୋଚକ ହେବ ବୋଲି ଏବେଠାରୁ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ର ବିଧାୟକ ଭାବେ କଂଗ୍ରେସ ଦଳରୁ ଟିକେଟ ପାଇଥିବା ବଳଭଦ୍ର ମାଝୀ ଓ ଦ୍ରୌପଦୀ ମାଝୀ ଙ୍କୁ ଥୁଆମୂଳରାମପୁର ଠାରେ ଗୁରୁବାର ବିପୁଳ ସଂଖ୍ୟାରେ ସମ୍ବର୍ଦ୍ଧନା ଜଣାଇଥିଲେ ଏଠାକାର ଅଞ୍ଚଳ ବାସୀ। ପ୍ରାୟ 1 ହଜାର ରୁ ଉର୍ଦ୍ଧ୍ବ କର୍ମୀଙ୍କୁ ସାଙ୍ଗରେ ନେଇ କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀ ଙ୍କ ନିକଟ କୁ ଯାଇ ଦଳର ଉନ୍ନତି ସକାଶେ ଓ ନିଜର ବିଜୟ କାମନା ପୂରଣ ପାଇଁ ଆଶିର୍ବାଦ ଭିକ୍ଷା କରିଥିଲେ ଉଭୟେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ