Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ବାମୀ ଦ୍ବାରା ନିର୍ଯାତିତା ଆହାତ ସ୍ତ୍ରୀ ଉଦ୍ଧାର ।ଅବସରପ୍ରାପ୍ତ ସେନା କର୍ମଚାରୀ ସ୍ବାମୀ ଥାନାରେ ଅଟକ

ଗୋପାଳପୁର,୦୭/୦୪
ଗୋପାଳପୁର ଥାନା ଅନ୍ତର୍ଗତ ବଡ ଗୁମୁଳା ଗ୍ରାମରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଙ୍କ ପକ୍ଷରୁ ନିଜ ସ୍ତ୍ରୀକୁ ନିର୍ଯାତନା ଦେବା ସହ ମାଡି ମାରି ଘର ମଧ୍ୟରେ ନଜର ବନ୍ଦୀ କରି ରଖିଥିବା ଆହାତ ସ୍ତ୍ରୀ କୁ ଆନ୍ତର୍ଜାତିକ ମାନବାଧିକାର କମିଶନର ର ଜିଲ୍ଲା ସଭାପତି ଙ୍କ ପକ୍ଷରୁ ପୁଲିସ ସହାୟତା ରେ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲ କୁ ଚିକିତ୍ସା ନିମନ୍ତେ ନିଆଯାଇଛି। ଅଭିଯୋଗ ଅନୁଯାୟୀ ଅବସରପ୍ରାପ୍ତ ସେନା କର୍ମଚାରୀ ଦିଲ୍ଲୀପ ପାତ୍ର ଙ୍କ ପକ୍ଷରୁ ନିଜ ସ୍ତ୍ରୀ ଟିଲୁ ପାତ୍ର ଙ୍କୁ ଗତ ତିନିଦିନ ତଳେ ନିଶାସକ୍ତ ଅବସ୍ଥାରେ ପ୍ରବଳ ମାଡ଼ ମରା ଯାଇଥିଲା। ଏଥିରେ ଟିଲୁ ଗୁରୁତର ଆହାତ ହୋଇଥିଲେ।ଆହାତ ଟିଲୁକୁ ଚିକିତ୍ସା କରିବା ନିମନ୍ତେ ମେଡିକାଲ ନେବା ପରିବର୍ତ୍ତେ ଦିଲ୍ଲିପ ତାଙ୍କୁ ନଜର ବନ୍ଦୀ କରି କବାଟ ପକାଇ ଘରେ ରଖିଥିଲେ।ଘଟଣା ନେଇ ଆଜି ସକାଳେ ଆହାତ ଟିଲୁ ଙ୍କ ଝିଅ ଆନ୍ତର୍ଜାତିକ ମାନବାଧିକାର କମିଶନର ର ଜିଲ୍ଲା ସଭାପତି ତଥା ଚେତାବନୀ ମିଡ଼ିଆ ର ଏଡ଼ିଟର ରଶ୍ମିତା ପାଣିଗ୍ରାହୀ ଙ୍କୁ ଫୋନ ଯୋଗେ ସେମାନଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ।ଖବର ପାଇ ରଶ୍ମିତା ଙ୍କ ପକ୍ଷରୁ ବ୍ରହ୍ମପୁର ର ଏ ଏସ ପି ଅଶ୍ବିନୀ ପଣ୍ଡା ଙ୍କ ସହ ଯୋଗାଯୋଗ କରାଯାଇଥିଲା।ଶ୍ରୀ ପଣ୍ଡା ଙ୍କ ପକ୍ଷରୁ ଘଟଣା ନେଇ ଗୋପାଳପୁର ଥାନାରେ ଅବଗତ କରାଇବାକୁ କୁହାଯାଇଥିଲା।ଘଟଣା ନେଇ ରଶ୍ମିତା ଗୋପାଳପୁର ଥାନାରେ ଅଭିଯୋଗ କରିବା ପରେ ଗୋପାଳପୁର ପୁଲିସ ବଡଗୁମୁଳା ରେ‌ ପହଞ୍ଚି ଦିଲ୍ଲିପ ଙ୍କ ଘରୁ ଗୁରୁତର ଥିବା ଟିଲୁକୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ।ଏହା ସହ ଦିଲ୍ଲିପ କୁ ଗୋପାଳପୁର ଥାନାରେ ଅଟକ ରଖି ପଚରାଉଚରା କରାଯାଉଥିବା ପୁଲିସ ସୂଚନା ଦେଇଛି। ସନ୍ଧ୍ୟା ସୁଦ୍ଧା ଘଟଣା ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବାରୁ ମାମଲା ରୁଜୁ ହୋଇନଥିବା ଆଇଆଇସି ଶରତ କୁମାର ମହାଲିକ ସୂଚନା ଦେଇଛନ୍ତି। ଅନ୍ୟ ପଟେ ଗତ ୨୦୧୭ ରେ ମଧ୍ୟ ଅନୁରୂପ ଘଟଣା ନେଇ ବ୍ରହ୍ମପୁର ମହିଳା ଥାନାରେ ମାମଲା ହୋଇଥିବା ସହ ଦିଲ୍ଲିପ ପକ୍ଷରୁ ତାଙ୍କ ସ୍ତ୍ରୀ ଟିଲୁ କୁ ଆଉ ନିର୍ଯାତିତା ଦେବେ ନାହିଁ ମୀମାଂସା ହୋଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories