Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୃତଗାମୀ ମୋଟରସାଇକେଲ ଧକ୍କା ରେ ପଥଚାରୀ ମୃତ।ଆମ୍ବୁଲାନ୍ସ ବିଳମ୍ବ ରେ ପହଞ୍ଚିବା ଓ ୫ ଲକ୍ଷ କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତା ରୋକ।

ଗୋପାଳପୁର,୦୭/୦୪
ଗୋପାଳପୁର ବ୍ରହ୍ମପୁର ରାସ୍ତା ର ପାର୍ବତୀ ପୁର ଛକ ଠାରେ ଆଜି ସକାଳ ୮ ଟା ବେଳେ ଏକ ଦୃତଗାମୀ ମୋଟରସାଇକେଲ ଧକ୍କା ରେ ଜଣେ ପଥଚାରୀ ଙ୍କ ମୃତ୍ୟୁ ଘଟିଥିଲା।ଘଟଣା ଘଟିବା ପରେ ଆମ୍ବୁଲାନ୍ସ ବିଳମ୍ବ ରେ ପହଞ୍ଚିବା ସହ ମୋଟରସାଇକେଲ ଚାଳକ ଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା ର‌ କ୍ଷତିପୂରଣ ଦେବା ଦାବିରେ ରାସ୍ତାରୋକ କରାଯାଇଥିଲା। ପ୍ରଶାସନିକ ଅଧିକାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରେଡ଼କ୍ରସ ପାଣ୍ଠିରୁ ସହାୟତା ରାଶି ପ୍ରଦାନ ସହ ବିଳମ୍ବ ରେ ଆମ୍ବୁଲାନ୍ସ ପହଞ୍ଚିବା ନେଇ ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେବା ପରେ ପ୍ରାୟ ୨ ଘଣ୍ଟା ପରେ ରାସ୍ତା ରୋକ ହଟିଥିଲା।ମୃତ ଜଣଙ୍କ ପାର୍ବତୀ ପୁର ର ଗୋବିନ୍ଦ ଦାସ (୫୦ ) ବୋଲି ପୁଲିସ ସୂଚନା ଦେଇଛି। ସକାଳ ପ୍ରାୟ ୮ ଟା ବେଳେ ମୃତକ ଗୋବିନ୍ଦ ଦାସ କରାପଲ୍ଲୀ ଛକ ରୁ ଘରକୁ ଚିକେନ ନେଇ ଏକ ମୋଟରସାଇକେଲ ଯୋଗେ ଫେରିବା ସହ ପାର୍ବତୀ ପୁର ଛକ ଠାରେ ଓହ୍ଲାଇ ଘରକୁ ଯିବା ସମୟରେ ବ୍ରହ୍ମପୁର ପଟୁ ଗୋପାଳପୁର ପଟକୁ ଯାଉଥିବା ଏକ ଦୃତଗାମୀ ମୋଟରସାଇକେଲ (। ) ଗୋବିନ୍ଦ କୁ ପଛପଟୁ ଧକ୍କା ଦେବା ସହ ପ୍ରାୟ ୧୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇ ଯାଇଥିଲା। ଏଥିରେ ଗୋବିନ୍ଦ ଗୁରୁତର ଆହାତ ହୋଇଥିଲେ।ଘଟଣା ନେଇ ସେଠାରେ ଉପସ୍ଥିତ ରହିଥିବା କିଛି ଲୋକେ ୧୦୮ ଆମ୍ବୁଲାନ୍ସ କୁ ଫୋନ ଯୋଗେ ଖବର ଦେଇଥିଲେ। କିନ୍ତୁ ଆମ୍ବୁଲାନ୍ସ ଆସିବାରେ‌ ବିଳମ୍ବ ହେବାରୁ ଗୋବିନ୍ଦ ଙ୍କ ରାସ୍ତା ଉପରେ ହିଁ ମୃତ୍ୟୁ ଘଟିଥିଲା।ଏହି ଘଟଣା ପରେ ପରିବାର ବର୍ଗ ସମେତ ଗାଁ ଲୋକ ମାନେ ଗୋପାଳପୁର ବ୍ରହ୍ମପୁର ରାସ୍ତା ର ଦୁର୍ଘଟଣା ସ୍ଥଳ ରାସ୍ତା ରେ‌ ଗୋବିନ୍ଦ ଙ୍କ ମୃତ ଦେହ ରଖି ମୋଟରସାଇକେଲ ଚାଳକ ଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ସହ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ଯୋଗୁଁ ଗୋବିନ୍ଦ ଙ୍କ ମୃତ ହୋଇ ଯିବା ପ୍ରତିବାଦରେ ପ୍ରାୟ‌୨ ଘଣ୍ଟା ରାସ୍ତା ରୋକ କରିଥିଲେ।ଖବର ପାଇ ଗୋପାଳପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ମାନେ ଏହାକୁ ଗୁରୁତ୍ବ ଦେଇନଥିଲେ। ଶେଷରେ କନିଷି ତହସିଲ ର ଅତିରିକ୍ତ ତହସିଲଦାର ଶ୍ରୀ ରଣବିଜୁଳି ଘଟଣା ସ୍ଥଳରେ ପହଞ୍ଚି ୩୦ ହଜାର ଟଙ୍କା ରେଡକ୍ରସ ପାଣ୍ଠି ରୁ ସହାୟତା ରାଶି ପ୍ରଦାନ ମୋଟରସାଇକେଲ ଚାଳକ ଙ୍କ ପକ୍ଷରୁ ୨୦ ହଜାର ଓ ସମାଜସେବୀ ଶିବ ପାତ୍ର ୧୦ ହଜାର ଟଙ୍କା ପ୍ରଦାନ ପୂର୍ବକ ବୁଝାସୁଝା କରିବାରୁ ଲୋକେ ରାସ୍ତା ରୋକ ରୁ ହଟିବା ସହ ମୃତ ଦେହକୁ ବ୍ରହ୍ମପୁର ବଡ ମେଡିକାଲ ପଠାଇବାକୁ ରାଜି ହୋଇଥିଲେ।‌ ଦୁର୍ଘଟଣା ଘଟାଇଥିବା ମୋଟରସାଇକେଲ ଚାଳକ ତଥା‌‌ ବକ୍ସିପଲ୍ଲି ର ଦିପକ ନାୟକ କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।ଘଟଣା ନେଇ ପୁଲିସ ଥାନାରେ ୧୩୨/୨୪ ରେ ଏକ ମାମଲା ରୁଜୁ କରାଯିବା ସହ ଦୁର୍ଘଟଣା ଘଟାଇଥିବା ମୋଟରସାଇକେଲ କୁ ଜବତ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories