ଦେଶରେ ପୁନର୍ବାର ନିର୍ବାଚନ ହେବ ନାହିଁ, ଅର୍ଥମନ୍ତ୍ରୀ ସୀତାରମଣଙ୍କ ସ୍ୱାମୀ ପରକଲାଙ୍କ ଚାଂଚଲ୍ୟକର ବୟାନ


ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ଯଦି ବିଜେପି ବିଜୟୀ ହୁଏ ତେବେ ଦେଶରେ ଆଉ ପୁନର୍ବାର ନିର୍ବାଚନ ହେବ ନାହିଁ । ଏମିତି ଚାଂଚଲ୍ୟକର ବୟାନ ଦେଇଛନ୍ତି, ଅର୍ଥଶାସ୍ତ୍ରୀ ପରକଲା ପ୍ରଭାକର । ପରକଲା ହେଉଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ । ତାଙ୍କର ଏହି ବୟାନ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଖୋଦ୍ ଦେଶର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ପରକଲାଙ୍କ ବୟାନର ଭିଡିଓକୁ ସେୟାର କରିଛି । ପରକଲା ଏହା ମଧ୍ୟ ଦାବି କରିଛନ୍ତି ଯେ, ମଣିପୁର ପରି ସ୍ଥିତି ପୂରା ଦେଶରେ ହୋଇପାରେ ।

କଂଗ୍ରେସ ପରକଲାଙ୍କ ଯେଉଁ ୧.୪୯ ମିନିଟର ଭିଡିଓକୁ ସାମାଜିକ ଗଣମାଧ୍ୟମରେ ସେୟାର କରିଛି ସେଥିରେ ପରକଲା କହିଛନ୍ତି, ୨୦୨୪ରେ ଯଦି ପୁଣି ଥରେ ମୋଦୀ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଦେଶରେ ପୁନର୍ବାର ଆଉ ନିର୍ବାଚନ ହେବ ନାହିଁ । ଦେଶର ସମ୍ବିଧାନ ବଦଳି ଯିବ । ମୋଦୀ ଖୋଦ୍ ଲାଲକିଲ୍ଲାରୁ ଘୃଣିତ ଭାଷଣ ଦେବେ । ଲଦାଖ ଓ ମଣିପୁର ପରି ସ୍ଥିତି ପୁରା ଦେଶରେ ହୋଇପାରେ । କଂଗ୍ରେସ କହିଛି ପରକଲା ଜୀ ପରିଚିତ ଅର୍ଥଶାସ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ ।

୨୦୧୯ରେ ହେବ ନାହିଁ ନିର୍ବାଚନ

ଅର୍ଥଶାସ୍ତ୍ରୀ ପରକଲା ପ୍ରଭାକର ଏକ ୟୁଟ୍ୟୁବ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ତାଙ୍କୁ ପ୍ରଶ୍ନ ହୋଇଥିଲା ଯେ, ଯଦି ଦେଶରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ହୁଏ ତେବେ କଣ ହେବ ? ଉତରରେ ସେ କହିଛନ୍ତି, ଯଦି ଏମିତି ହୁଏ ତେବେ ଏହାର ସମ୍ଭାବନା ଅଧିକ ଯେ ଆପଣ ଦେଶରେ ଆଉ ଏକ ନିର୍ବାଚନ ଆଶା କରି ପାରିବେ ନାହିଁ । ୨୦୨୪ ନିର୍ବାଚନ ପରେ ଯଦି ବିଜେପି ଜିତେ ତେବେ ଆଉ ନିର୍ବାଚନ ହେବ ନାହିଁ । ବଦଳି ଯିବ ଦେଶର ସମ୍ଭିଧାନ ।