ଖୁବ୍ ଶୀଘ୍ର ବାକି ଆସନରେ ପ୍ରାର୍ଥୀ ଘୋଷଣା ହେବ, ଆମେ କାହାରିକୁ ଅପେକ୍ଷା କରିନୁ: ବିଜୟ ପଟ୍ଟନାୟକ


ଭୁବନେଶ୍ୱର: ସମସ୍ତଙ୍କଠୁ ଆଗେ ପ୍ରାର୍ଥୀ ଘୋଷଣା କରିବ ବୋଲି କହିଥିବା କଂଗ୍ରେସ ବହୁ ପଛରେ ପଡି ଯାଇଛି । ଦଳ ଏ ପର୍ଯ୍ୟନ୍ତ ମାତ୍ର ୪୯ଟି ବିଧାନସଭା ଓ ୮ଟି ଲୋକସଭାରେ ପ୍ରାର୍ଥୀ ଘୋଷଣା କରିଛି । ଅବଶିଷ୍ଟ ଆଇସନରେ ଖୁବ୍ ଶୀଘ୍ର ଟିକେଟ୍ ଘୋଷଣା କରାଯିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଆମେ କାହାରିକୁ ଅପେକ୍ଷା କରିନୁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଅନ୍ୟ ଦଳ ଆମ ନେତାଙ୍କୁ ନେଇ ଟିକେଟ୍ ଦେଉଛନ୍ତି । କଂଗ୍ରେସ କେବେ ଦୁର୍ବଳ ନ ଥିଲା ଏବଂ ଏବେ ମଧ୍ୟ ନାହିଁ । ଆମେ କାହାରିକୁ ଅପେକ୍ଷା କରିନୁ । ଶୀଘ୍ର ବାକି ଆସନରେ ପ୍ରାର୍ଥୀ ଘୋଷଣା କରାଯିବ । ତେବେ କେତେ ଦିନ ଭିତରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା ଆସିବ ତାର କୌଣସି ସ୍ପଷ୍ଟ ଉତର ଦେଇ ନାହାନ୍ତି ବିଜୟ ପଟ୍ଟନାୟକ ।

ସୂଚନାଯୋଗ୍ୟ, ରାଜ୍ୟ ରାଜନୀତିରେ ଯେଉଁ ଦଳ ଡିଆଁ ପର୍ବ ଜାରି ରହିଛି ସେଥିରେ ଅଧିକ କ୍ଷତି ସହୁଛି କଂଗ୍ରେସ । କାରଣ ଦଳରୁ ନେତା ଛାଡି ଅନ୍ୟ ଦଳରେ ମିଶୁଥିବା ବେଳେ କଂଗ୍ରେସରେ ବହୁ ନଗଣ୍ୟ ନେତା ଯୋଗ ଦେଉଛନ୍ତି । ଦଳ ଡିଆଁ କାରଣରୁ କଂଗ୍ରେସର ପ୍ରାର୍ଥୀ ଘୋଷଣାରେ ବିଳମ୍ବ ଘଟି ଚାଲିଛି। ନିକଟ ଅତୀତରେ ଅନେକ ଟାଣୁଆ ନେତା ଦଳ ଛାଡି ବିଜେଡିରେ ମିଶିବା ସହ ଟିକେଟ୍ ପାଇଛନ୍ତି ।