କଟକ: ଖୁବ୍ ଶୀଘ୍ର ଆସିବ ବିଜେପିର ବାକି ଥିବା ପ୍ରାର୍ଥୀ ତାଲିକା । ବୁଧବାର ଏହି ସୂଚନା ଦେଇଛନ୍ତି ବିଜେପି ଓଡିଶା ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାର ସୂଚନା ଦେଇଛନ୍ତି । ୨୦ ତାରିଖ ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ । ଗୋଟିଏ ଆସନ ପାଇଁ ପ୍ରାର୍ଥୀ ବଦଳି ପାରନ୍ତି ବୋଲି ତୋମାର କହିଛନ୍ତି । ସଂରକ୍ଷିତ ଆସନରେ ତ୍ରୁଟି ଯୋଗୁଁ ସେଠି ପ୍ରାର୍ଥୀ ବଦଳିପାରେ ସେ କହିଛନ୍ତି ।
ସୂଚନାଯୋଗ୍ୟ, ଲୋକସଭା ସିଟ୍ ପାଇଁ ବିଜେପି ସବୁ ୨୧ ଆସନରେ ପ୍ରାର୍ଥୀ ଘୋଷଣା କରିଥିଲେ ହେଁ ଏବେ ବି ବିଧାନସଭାର ୩୫ଟି ସିଟ୍ ଘୋଷଣା କରିବା ବାକି ରହିଛି । ଦଳ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୧୧୨ଟି ଆସନରେ ପ୍ରାର୍ଥୀ ତାଲିକା ଜାରି କରି ସାରିଛି । ଆଉ ତାଲିକା ଆସିବା ପରଠୁ ଦଳରୁ ଅନେକ ନେତା ପାର୍ଟି ଛାଡି ସାରିଥିବା ବେଳେ ଅନେକ ଆସନରେ ପ୍ରାର୍ଥୀ କରାଯାଇଥିବା ନେତାଙ୍କୁ ଦଳରୁ ବିରୋଧ କରାଯାଉଛି । ଫଳରେ ଦଳର ବାକି ଆସନରେ ପ୍ରାର୍ଥୀ ଦେବାରେ ବିଳମ୍ବ ଘଟିବାରେ ଲାଗିଛି । ଦଳ ମାପିଚୁପି ପଦକ୍ଷେପ ନେଉଛି । ତେବେ ୨୦ ତାରିଖ ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ବୋଲି ଆଜି ବିଜୟ ପାଲ ସିଂ ତୋମାର କହିଛନ୍ତି ।