Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ପକ୍ଷରୁ ନୂତନ ରାଜ୍ୟ ଓ ଜିଲ୍ଲା କର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା।

ଗୋପାଳପୁର,୧୦/୦୪
ବିଜେଡି ପକ୍ଷରୁ ନୂତନ ରାଜ୍ୟ ଓ ଜିଲ୍ଲା କର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା ନିମନ୍ତେ ଏକ ସଭାର ଆୟୋଜନ ଗୋପାଳପୁର ବିଜେଡି ପକ୍ଷରୁ କରାଯାଇଥିଲା। ଗୋପାଳପୁର ରେ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଥିବା ବିକ୍ରମ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ଭାବେ ମନୋନୀତ ହୋଇଥିବା ଶଶିଭୂଷଣ ମହାନ୍ତି, ରଞ୍ଜନ ପଲାଇ, ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ସିଏଚ ଦିଲେଶ୍ବର ରେଡ୍ଡୀ, ଜିଲ୍ଲା ଉପସଭାପତି ଏସ ଧର୍ମରାଜ ରେଡ୍ଡୀ, ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲିପ କୁମାର ପାତ୍ର,ଏମ ରାମହରି ପାତ୍ର ଓ ଦଣ୍ଡପାଣି ନାୟକ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ନବ ନିଯୁକ୍ତି ପାଇଥିବା ନେତା ମାନେ ଆଗାମୀ ଦିନରେ ଅନୁଷ୍ଠିତ ହେଉଥିବା ସାଧାରଣ ନିର୍ବାଚନ ରେ ବିଜେଡି କୁ ଅଧିକ ରୁ ଅଧିକ ଭୋଟ ଦେଇ ପୁଣିଥରେ ୬ ଷ୍ଠ ଥର ନିମନ୍ତେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ମତପୋଷଣ କରିଥିଲେ।ଏହି ଅବସରରେ ବିକ୍ରମ ପଣ୍ଡା ଙ୍କ ପକ୍ଷରୁ ଆଗାମୀ ନିର୍ବାଚନ ରେ ପ୍ରତି ବୁଥ ଓ ଓ୍ବାର୍ଡ ରେ ବିଜେଡିକୁ ଅଧିକ ଭୋଟ ଦେଇ ବିଜେଡି ନେତା ମାନଙ୍କୁ ଜିତାଇବା କୁ ଆହ୍ବାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧକ୍ଷା ରାଜେଶ୍ବରୀ ଦୋରା, ଜିଲ୍ଲା ପରିଷଦ ସଭ୍ୟ ଦିପକ ସାମନ୍ତ, ଗୋପାଳପୁର ଏନ ଏ ସି ଅଧ୍ୟକ୍ଷ ଏ ଜାନକୀ ରାମ, ରଞ୍ଜନ ପଲାଇ,ସିଏଚ ନରେଶ ଙ୍କ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories