Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନ୍ତ୍ରୀଡି ରେ ବିଜେଡ଼ି ପକ୍ଷରୁ ବୁଥ ସ୍ତରୀୟ କମିଟି ର ବୈଠକ।

ଗୋପାଳପୁର,୧୦/୦୪
ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକ ଅଧିନସ୍ଥ ମନ୍ତ୍ରୀଡି ଠାରେ ଆଜି ବୁଥ ସ୍ତରୀୟ କମିଟି ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଆୟୋଜିତ କାର୍ଯ୍ୟରେ ଗୋପାଳପୁର ବିଜେଡି ବିଧାଊ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡା, ଜିଲା ପରିଷଦ ଉପସଭାନେତ୍ରୀ ରାଜେଶ୍ୱରୀ ଦୋରା,ବ୍ଲକ ଉପାଧ୍ୟକ୍ଷ ଅନିତା ମହାଙ୍କୁଡ଼,ଜିଲା ପରିଷଦ ସଭ୍ୟ ଦୀପକ କୁମାର ସାମନ୍ତ,ଜିଲା କାର୍ଯ୍ୟକାରି ସଭାପତି ଦିଲେସ୍ୱର ରେଡି,ଜିଲା ସାଧାରଣ ସମ୍ପାଦକ ସିଏଚ ଭରତ ପାତ୍ର,ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ତଥା ସରପଞ୍ଚ ଅଜିତ କୁମାର ରାଉଳ, ରାଜ୍ୟ ସଂପାଦକ ଶଶୀଭୁଷଣ ମହାନ୍ତି, ଜିଲା ସାଧାରଣ ସମ୍ପାଦକ ଏମ ରାମ ହରି ପାତ୍ର, ଜିଲା ଉପସଭାପତି ଏସ ଧର୍ମରାଜ ରେଡି, ଯୁବନେତା ସୁବାସିସ ସାହୁ, ରାଜେଶ ସାହୁ ଯୋଗଦେଇଥିଲେ l ମନ୍ତ୍ରୀଡ଼ି ସରପଞ୍ଚ ପ୍ରଶାନ୍ତ ଦାସ ସଭାପତିତ୍ୱ କରିଥିଲେ l ନୂତନ ବୁଥ କମିଟି ଗଠନ କରାଯାଇଥିଲା l ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଲୋକ ନିକଟରେ ପହଞ୍ଚେଇବା ପାଇଁ କୁହାଯାଇଥିଲା l ବିରୋଧ ଦଳ ମାନେ ନିର୍ବାଚନ ସମୟରେ ଦେଖାଯାଅନ୍ତି ବୋଲି ବିଧାୟକ ପଣ୍ଡା କହିଥିଲେ l ଆଗାମୀ ନିର୍ବାଚନ ବିଧାୟକ ଓ ସାଂସଦ ଶଙ୍କ ଚି଼ହ୍ନ ରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ l ଅବସରରେ ସମିତି ସଭ୍ୟ ଆଶିଷ ରାଉଳ, କେ ପ୍ରବୀଣ କୁମାର ଦୁର୍ଯ୍ୟୋଧନ ରେଡି, ବାଇରୀ ପାତ୍ର, ପ୍ରକାଶ ସେଠି, ବିନୋଦ କୁମାର ମାହାଙ୍କୁଡ, ସନ୍ତୋଷ କୁମାର ପ୍ରଧାନ,ନରେଶ ପାତ୍ର, ରାଜ ରାଉଳ, କୁନାଲ ପାଣିଗ୍ରାହୀ,ଜନାର୍ଦ୍ଦନ ରାଉଳ, ଗୋବିନ୍ଦ ରେଡି,ଶତାଧିକ କର୍ମୀ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories