Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନାରୀ ଶିକ୍ଷା ଗବେଷଣା କେନ୍ଦ୍ର ପକ୍ଷରୁ କର୍ମଶାଳା

ଗୋପାଳପୁର ୧୦/୪
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷ ଠାରେ ଆଜି ନାରୀ ଶିକ୍ଷା ଗବେଷଣା କେନ୍ଦ୍ର ଏବଂ ସାମାଜିକ ବିଜ୍ଞାନ ମିକିତରେ ଏକ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ ଅଧକ୍ଷତା କରିବା ସହ ଏହାର ଶୁଭଆରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ବ୍ରେକଥ୍ରୋ ଅନୁଷ୍ଠାନର ରାଜ୍ୟ ମୁଖ୍ୟ ରୁକ୍ମଣୀ ପଣ୍ଡା, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ବ୍ରେକଥ୍ରୋ ଅନୁଷ୍ଠାନର ସିନିୟର ମ୍ୟାନେଜର ପ୍ରଜ୍ଞା ପରିମିତା ବସ୍ତିୟା, ଆସିଟାଣ୍ଟ ମେନଜର ସୁଭଦ୍ରା ସୁରେଖା,ନାରୀ ଶିକ୍ଷା ଗବେଷଣା କେନ୍ଦ୍ରର ନିର୍ଦ୍ଧେଶିକା ଡ଼. ବନ୍ଦିତା ପଣ୍ଡା ମଂଚାସୀନ ଥିଲେ l ଏହି କର୍ମଶାଳାର ଶୀର୍ଷକ “ସାମାଜିକ ଆଦର୍ଶ ପରିବର୍ତନ ଚଳଚିତ୍ର ପ୍ରଶଂସା ଏବଂ ମହିଳାଙ୍କ ଅଧିକାର “ଉପରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ କୁଳପତି ବିଗତ ଦିନର ଚଳଚିତ୍ରର ଉଦାହରଣ ଦେଇ ନାରୀର ଅଧିକାର ଶିକ୍ଷଣୀୟ ବୋଲି କହିଥିଲେ l ମୁଖ୍ୟ ଅତିଥି ଚଳଚିତ୍ର ରେ ପୂର୍ବରୁ ମହିଳାଙ୍କ ଭୂମିକା ନେଇ ଯେଉଁ ଚିତ୍ରଣ କରାଯାଉଥିଲା ତାହା ଯୁବ ଗୋଷ୍ଟି ଉପରେ ପ୍ରଭାବ ପକାଉଥିଲା ଏବଂ ଏହା ସାମାଜିକ ପରିବର୍ତନରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲା ଏହା ସହ ସମାଜରେ ଥିବା ବିଭିନ୍ନ କୁସଂସ୍କାର କୁ ଉଛେଦ ସହ ବ୍ୟକ୍ତିଗତ ଜୀବନ ଧାରା ପରିବର୍ତନକୁ ମଧ୍ୟ ଚଳଚିତ୍ର ର ପ୍ରଭାବିତ କରୁଥିବା ଆଲୋକ ପାତ କରିଥିଲେ l ନାରୀ ଶିକ୍ଷା ଗବେଷଣା କେନ୍ଦ୍ରର ନିର୍ଦ୍ଧେଶିକା ଡ଼. ପଣ୍ଡା କର୍ମଶାଳାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l କାର୍ଯ୍ୟକ୍ରମକୁ ଡ଼. ଦୀପ୍ତିମୟୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ଼.ବାଗ୍ମୀ ପ୍ରିୟଦର୍ଶନୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟ ୨୯ ବିଭାଗର ଛାତ୍ର ଛାତ୍ରୀ, ଗବେଷକ, ଗବେଷିକା, ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ l ରଶ୍ମି ରେଖା ଜେନା ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories