Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ବିଧାୟକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ସଭ୍ୟ ପଦ ରଦ୍ଦ

ଭୁବନେଶ୍ୱର: ନିର୍ବାଚନ ସମୟରେ ୨ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କଲେ ବାଚସ୍ପତି । ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ ହୋଇଛି । ଏ ନେଇ ଗୁରୁବାର ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କିଛି ଦିନ ତଳେ ଉଭୟ ବିଜେଡି ଛାଡି ବିଜେପିରେ ମିଶିଥିଲେ ।

ଦଳ ବିରୋଧୀ ଆଇନ ଅନୁସାରେ ବାଚସ୍ପତି ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି । ଅରବିନ୍ଦ ଢାଲି ହେଉଛନ୍ତି ଜୟଦେବ ନିର୍ବାଚନ ମଣ୍ଡଳୀର ଛଅ ଥରର ବିଧାୟକ । ସେ ବିଜେଡି ଛାଡି ମାର୍ଚ୍ଚ ୩ ତାରିଖରେ ବିଜେପିରେ ଯୋଗ ଦେଇଥିଲେ । ସେ କହିଥିଲେ ବିଜେଡିରେ ରହି ନେତାମାନେ ଶ୍ଵାସରୁଦ୍ଧ ହୋଇଗଲେଣି। ବିଜେଡିରେ ବରିଷ୍ଠ ନେତାଙ୍କୁ ଯେଉଁଭଳି ସମ୍ମାନ ମିଳିବା କଥା ମିଳୁନି। ଏବେ ମଙ୍ଗ ଧରିଥିବା ଯୁବକମାନେ ଭୁଲି ଯାଇଛନ୍ତି ଯେ, ଓଲ୍ଡ ଇଜ୍ ଗୋଲ୍ଡ। ଜଣେ ବିଧାୟକ ଥିବା ସ୍ଥଳେ ଆଉ ୩ ଜଣଙ୍କୁ ପ୍ରୋଜେକ୍ଟ କରୁଛନ୍ତି। ମୋ ବିରୋଧରେ ସମାନ୍ତରାଳ ସଂଗଠନ ଛିଡା କଲେ। ଯେଉଁଠି ମାନ ସମ୍ମାନ ନାହିଁ, ସେଠି ସ୍ଥାନ ଛାଡ଼ିଦେବା ଉଚିତ। ସେଥିପାଇଁ ଘରବାହୁଡ଼ା କଲି। ବିଜେପିରେ ଥିଲେ ଏବଂ ଶେଷ ଯାଏଁ ରହିବି।

ସେହିପରି ତେଲକୋଇର ଦୁଇ ଥର ବିଧାୟକ ରହିଥିବା ତଥା ନବୀନ ସରକାରରେ କିଛି ଦିନ ମନ୍ତ୍ରୀ ଥିବା ପ୍ରେମାନନ୍ଦ ନାୟକ ନିକଟରେ ବିଜେଡିରେ ଛାଡିଥିଲେ । ସେ ଦଳର କାର‌୍ୟ୍ୟଶୈଳୀରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିବା କହିଥିଲେ । ୨୦୦୯ ରେ ପ୍ରଥମଥର ପାଇ ତେଲକୋଇରୁ ବିଜେଡି ଟିକେଟରେ ବିଧାୟକ ଭାବେ ବିଜୟୀ ହୋଇଥିଲେ। ଏହାପରେ ୨୦୧୯ ରେ ଦ୍ଵିତୀୟ ଥର ଭାବେ ତେଲକୋଇ ବିଧାୟକ ଭାବେ ନିର୍ବାଚିତ ହେବା ପରେ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ମନ୍ତ୍ରୀ ଥିଲେ। ଆଉ ମାର୍ଚ୍ଚ ୪ ତାରିଖରେ ନିଜର ସମର୍ଥକଙ୍କ ସହ ବିଦ୍ଧିବଧ ଭାବେ ବିଜେପିରେ ସାମିଲ୍ ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ