Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

‘ହିଞ୍ଜିଳିରେ ନବୀନଙ୍କ ବିରୋଧରେ ଲଢିବାକୁ ଇଚ୍ଛା ଥିଲା, ବିଜେଡିକୁ ହରାଇବା ପାଇଁ ସହିଦ ହେବାକୁ ପ୍ରସ୍ତୁତ’

ଭୁବନେଶ୍ୱର: ଏଥର ନିର୍ବାଚନରେ ହିଞ୍ଜିଳିରୁ ଲଢିବାକୁ ଇଚ୍ଛା ଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢିବାକୁ ଇଚ୍ଛା ଥିଲା ବୋଲି ବଡ ମନ୍ତବ୍ୟ ଦେଇଛନ୍ତି ଚିଲିକା ବିଧାୟକ ତଥା ବିଜେପି ନେତା ପ୍ରଶାନ୍ତ ଜଗଦେବ । ଏଥର ନିର୍ବାଚନ ମୁଁ ଲଢିବିନି । କିନ୍ତୁ ବିଜେଡିକୁ ହରାଇବା ପାଇଁ ସହିତ ଦେବାକୁ ପ୍ରସ୍ତୁତ ବୋଲି ପ୍ରଶାନ୍ତ କହିଛନ୍ତି ।

ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ହିଞ୍ଜିଳିରୁ ଲଢିବାକୁ ଚାହୁଁଥିଲି । ଦଳ ମୋତେ ହିଞ୍ଜିଳି ପାଇଁ ପ୍ରାର୍ଥୀ କରିନାହିଁ । ଏଥର ମୁଁ ନିର୍ବାଚନ ଲଢୁନାହିଁ । ଦଳକୁ ନିର୍ବାଚନ ଜିତାଇବା ଦିଗରେ କାମ କରିବି । ବିଜେଡିକୁ ହଟାଇବା ପାଇଁ ସହିଦ ହେବାକୁ ପ୍ରସ୍ତୁତ । ଗତକାଲି ଛଣଗିରି ଘଟଣାକୁ ନେଇ ପ୍ରତିକ୍ରିୟା ରଖି ପ୍ରଶାନ୍ତ କହିଛନ୍ତି, ସାଂସଦ ଅପରାଜିତାଙ୍କୁ ବିରୋଧ ପାଇଁ କିଛି ଲୋକଙ୍କୁ ନିୟୋଜିତ କରାଯାଇଥିଲା । କିଛି ଲୋକଙ୍କୁ ଟଙ୍କା ଦେଇ ଅପରାଜିତାଙ୍କୁ ହଇରାଣ କରିବାକୁ କୁହାଯାଇଥିଲା । ମୁଁ ସେଠାରେ ଆଗେ ପହଂବିବାରୁ ମୋତେ ବିରୋଧ କରିଥିଲେ । ଜଣେ ଯୁବକ ମୋବାଇଲରେ ସୁଟିଂ କରୁଥିଲେ । ତାଙ୍କୁ ଅଟକାଇବାରୁ ଚେଷ୍ଟା କରିବାରୁ ଗତକାଲି ଏମିତି ସ୍ଥିତି ଉପୁଜିଥିଲା ।

ସୂଚନାଯୋଗ୍ୟ, ଗତକାଲି ପ୍ରଶାନ୍ତ ଜଗଦେବଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଥିଲା । କିଛି ଯୁବକ ପ୍ରଶାନ୍ତଙ୍କୁ ଧକ୍କା ଦେଇ ତଡି ଦେଉଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ନାନା ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ପ୍ରଶାନ୍ତ ଜଗଦେବଙ୍କୁ ଖୋର୍ଦ୍ଧାର ଜିଲ୍ଲାରେ ଯେ କୌଣସି ଆସନରୁ ପ୍ରାର୍ଥୀ କରାଯାଇପାରେ ବୋଲି କୁହାଯାଉଥିଲା । ତେବେ ଏ ପର୍ଯ୍ୟନ୍ତ ଦଳ ତାଙ୍କୁ ଟିକେଟ୍ ଦେଇନି । ଚିଲିକାରୁ ବିଜେପି ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପ୍ରାର୍ଥୀ କରିଛି ।