Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ବିଧାୟକଙ୍କ କନିଷି ଗସ୍ତ।ପ୍ରଦିପ ବୋଇଲେ ରାତାରାତି ଆକ୍ସନ,ଅନ୍ୟ ବେଳକୁ ଲ ଇଜ୍ ଟେକ ଓ୍ବନ କୋର୍ସ ବୋଲି କହିବେ।

ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଗୋପାଳପୁର‌ ବିଧାୟକ ପୁଣିଥରେ ରାଜ୍ୟ ସରକାରଙ୍କୁ ଘେରିବା ସହ ମୁଖ୍ୟମନ୍ତ୍ରୀ ଙ୍କ କର୍ଯାଧାରା କୁ କଟାକ୍ଷ କରିଛନ୍ତି।ପ୍ରଦିପ ବୋଇଲେ ରାତାରାତି ଆକ୍ସନ, ଅନ୍ୟ ବେଳକୁ ଲୋ ଇଜ୍ ଟେକ ଓ୍ବନ କୋର୍ସ ବୋଲି କହିବା ମୁଖ୍ୟମନ୍ତ୍ରୀ ଙ୍କ ପାରିବାର ପଣିଆ କୁ ଦର୍ଶାଉଛି।ଆଇନ କଣ ଗଙ୍ଗା ନା ଋଷିକୂଲ୍ୟା ନଦୀ ହୋଇଛି ଜାଣି ହେଉନି।ନଦୀ ସବୁବେଳେ ଗତିପଥ ବଦଳାଇବା ପରି ଆଇନ ମଧ୍ୟ ଗତିପଥ ବଦଳାଉଛି ବୋଲି ମତପୋଷଣ କରିଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ଅଫିସ ସବୁଠୁ ବଡ଼ ଦୁର୍ନିତିଖୋର ଅଫିସ ଭାବେ ଉଭା ହୋଇଛି। ରାଜ୍ୟ ରେ ଦୁର୍ନୀତି ର ମାତ୍ରା ବଢ଼ି ଚାଲିଥିବା ବେଳେ ବେରୋଜଗାର ଜାଲ ସାର୍ଟିଫିକେଟ ମାମଲା, ଦାଦନ ଦୁଃଖ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବ୍ୟବସ୍ଥା, ବେଦାନ୍ତ ମାମଲା ରେ ରାଜ୍ୟ ସରକାର ବଦନାମ ହୋଇ ଗଲେଣି। ରାଜ୍ୟ ସରକାରଙ୍କ ଇସ୍ତଫା ଦେଇ ଲୋକଙ୍କୁ ସାମାନା କରିବା ଦରକାର, ସର୍ବ ସାଧାରଣ ରେ ନିଜର ମତ ରଖିବା ଉଚିତ। ରାଜ୍ୟର ପ୍ରତି ଜିଲ୍ଲା ରେ ହଜାର ହଜାର ନକଲି ସାର୍ଟିଫିକେଟ ଯୋଗାଇ ଦିଆଯାଇଥିବା ସହ ନକଲି ସାର୍ଟିଫିକେଟ ରେ ସବୁ କିଛି ହୋଇଛି। ତଦନ୍ତ ଦାୟିତ୍ୱ ରେ ରହିଥିବା ଏଜେନ୍ସି କୁ କେବଳ ଗୋଟିଏ ଦିଗ ହିଁ ଦେଖା ଦେଉଛି। ମୋ ରଙ୍ଗେଇଲୁଣ୍ଡା ବ୍ଲକ ସବୁବେଳେ ରାଜ୍ୟରେ ଦୁଇ ନଂ ବ୍ଲକ ଭାବେ ପରିଚିତ ରହୁଥିଲା, ଏବେ ଏହାର ସ୍ଥିତି କେତେ ତାହା ଜାଣି ହେଉନି। ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ କୁ ଆସୁନାହାନ୍ତି, କିନ୍ତୁ ତାଙ୍କ ବ୍ଲକ ସବୁବେଳେ ଏକ ନମ୍ବର, ତେଣୁ ଖାଲି ଜଣେ ହିଁ ସବୁବେଳେ ପ୍ରଥମ ଶ୍ରେଣୀ ପାଇବ , ଅନ୍ୟ ଠାରେ ଆଉ କୌଣସି ବ୍ଲକ ରେ କାମ ହେଉନାହିଁ ସେଠାରେ ରହୁଥିବା ବିଡ଼ିଓ ମାନେ କିଛି କରୁନାହାନ୍ତି ବୋଲି ପ୍ରମାଣିତ ହୋଇ ଯାଉଛି।ମୋ ବ୍ଲକରେ କୌଣସି କାମ ହେଉନାହିଁ, ଲୋକେ ବିରକ୍ତ ହେଲେଣି, ଯେତେବେଳେ ବେଳେ ଲୋକେ ଧାରଣା ଦେବାକୁ ଚାହିଁବେ, ମୁଁ ପ୍ରସୂତ ବୋଲି କହିବ ସହ ଲେଖା ଛାଡ଼ିଦେବା ବୋଲି କଟାକ୍ଷ କରିଥିଲେ।ଆଜି କନିଷି ଠାରେ ସପ୍ତାହ ବ୍ୟାପୀ ଚାଲୁରହିଥିବା ରାମନବମୀ ସହ ହନୁମାନ ଜୟନ୍ତୀ ପାଳନ ଅବସରରେ ଗୋପାଳପୁର ବିଧାୟକ ଡ଼ ପ୍ରଦୀପ ପାଣିଗ୍ରାହୀ ଗାଁ ରେ ପହଞ୍ଚବା ପରେ ଲୋକଙ୍କ ପକ୍ଷରୁ ଫୁଲମାଳ ଦେଇ ସ୍ବାଗତ କରିବା ସହ ବାଜା ବଜାଇ ଗ୍ରାମ ପରିକ୍ରମା କରାଇଥିଲେ।ଏହା ସହ ପରିକ୍ରମା ସମୟରେ ଲୋକଙ୍କ ଅଭାବ ଅସୁବିଧା ନେଇ ଆଲୋଚନା କରିବସହ ଲୋକଙ ସହ ବସି ଭୋଜନ ମଧ୍ୟ କରିଥିଲେ। ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଙ୍କ ବିରୋଧ ରେ ହୋଇଥିବା ଅଭିଯୋଗ ନେଇ ଡ଼ ପାଣିଗ୍ରାହୀ କହିଥିଲେ ଯେ ପୁଲିସ ପକ୍ଷରୁ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କହିଥିଲେ।