Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାୟକ ପଦ ରଦ୍ଦ ବିରୋଧରେ ଆଇନର ଆଶ୍ରୟ ନେବେ ଅରବିନ୍ଦ ଢାଲି

ଭୁବନେଶ୍ୱର: ବିଧାୟକ ପଦ ରଦ୍ଦ ଘଟଣାରେ ଆଇନର ଆଶ୍ରୟ ନେବେ ପୂର୍ବତନ ବିଜେଡି ବିଧାୟକ ଅରବିନ୍ଦ ଢାଲି । ଦଳ ବଦଳ ଆଇନ ଆଧାରରେ ବାଚସ୍ପତି ନିକଟରେ ତାଙ୍କ ବିଧାୟକ ପଦ ରଦ୍ଦ କରିଥିଲେ । ତେବେ ଏହା ବିରୋଧରେ ସେ ଆଇନର ଆଶ୍ରୟ ନେବେ ବୋଲି ଭୁବନେଶ୍ୱରରେ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସେ କହିଛନ୍ତି ।
ସେ କହିଛନ୍ତି, ମୋ ବିରୋଧରେ ଏକ ପାଖିଆ ନିଷ୍ପତି ନିଆଯାଇ ଜାଣି ଶୁଣି ମୋର ବିଧାୟକ ପଦ ରଦ୍ଦ କରାଯାଇଛି । ବିଶେଷ କରି ଯେଉଁମାନେ ବିଜେଡି ଛାଡି ବିଜେପିକୁ ଆସିଛନ୍ତି ସେମାନଙ୍କର ହିଁ ବିଧାୟକ ପଦ ରଦ୍ଦ କରାଯାଇଛି । ଅନ୍ୟ ନେତାଙ୍କର ବିଧାୟକ ପଦ କାହିଁକି ରଦ୍ଦ କରାଯିବ ନାହିଁ ବୋଲି ଅରବିନ୍ଦ ପ୍ରଶ୍ନ କରିଛନ୍ତି । ପ୍ରତିଶୋଧ ପରାୟଣ ହୋଇ ମୋ ବିଧାୟକ ପଦ୍ଦ କରାଯାଇଛି । ତେଣୁ ଏବେ ମୁଁ ଆଇନର ଆଶ୍ରୟ ନେବି ବୋଲି ଅରବିନ୍ଦ କହିଛନ୍ତି ।
କିଛି ଦିନ ପୂର୍ବରୁ ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକର ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦକୁ ରଦ୍ଦ କରାଯାଇଥିଲା। ଦଳ ବଦଳ ନିୟମ ଅନୁସାରେ ଉଭୟଙ୍କ ବିଧାୟକ ପଦ ରଦ୍ଦ ପାଇଁ ବିଜେଡିର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ। ଏହି ପିଟିସନ ଗ୍ରହଣ କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ । ଏ ନେଇ ଗୁରୁବାର ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କିଛି ଦିନ ତଳେ ଉଭୟ ବିଜେଡି ଛାଡି ବିଜେପିରେ ମିଶିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ